Cricket

ଆଇପିଏଲ ୨୦୨୦: ମ୍ୟାଚ ଟାଇମିଂ ନେଇ ସୋମବାର ବସିବ ବୈଠକ

(ଓଡ଼ିଶା ସ୍ପୋର୍ଡ଼ସ ): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଗଭର୍ନିଂ କାଉନ୍‌ସିଲ(ଜିସି)ବୈଠକ ନୂଆଦିଲ୍ଲୀଠାରେ ସୋମବାର ଅନୁଷ୍ଠିତ ହେବ। ଏହାର ମୁଖ୍ୟ ଏଜେଣ୍ଡା ହେଉଛି ଆଇପିଏଲ ମ୍ୟାଚ୍‌ ଟାଇମିଂ। ୨୦୨୦ ସଂସ୍କରଣର କାର୍ୟ୍ୟସୂଚୀ ପ୍ରକାଶ ପାଇବାକୁ ଥିବାବେଳେ ଗୁଆହାଟୀ ଷ୍ଟାଡିୟମରେ ଖେଳିବାକୁ ରାଜସ୍ଥାନ ରୟାଲ୍ସର ଅନୁରୋଧ ଉପରେ ମଧ୍ୟ ବିଚାର କରାଯିବ। ଆଇପିଏଲ ମ୍ୟାଚ୍‌ ପୂର୍ବଭଳି ରାତି ୮ଟା ବଦଳରେ ୭.୩୦ରେ ଆରମ୍ଭ କରିବାକୁ ପ୍ରସାରଣକାରୀ ଚ୍ୟାନେଲ ଅନୁରୋଧ କରିଛି। ମ୍ୟାଚ୍‌ ଟାଇମିଂ ପରିବର୍ତ୍ତନ ନେଇ ଗତ ଦୁଇ ସିଜନ ହେଲା ବିଚାର ଜାରି ରହିଛି। ପୂର୍ବରୁ ପ୍ରସାରଣକାରୀ ଚ୍ୟାନେଲ ‘ଷ୍ଟାର’ ୭ଟାରେ ମ୍ୟାଚ୍‌ ଆରମ୍ଭ କରିବାକୁ ବିସିସିଆଇ ନିକଟରେ ନିବେଦନ କରିଥିଲା। ପରେ ସମୟରେ ପରିବର୍ତ୍ତନ କରି ୭.୩୦ ଦିଆଯାଇଛି। ଏ ସମ୍ପର୍କରେ ବିସିସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ। କିନ୍ତୁ ଏପର୍ୟ୍ୟନ୍ତ କୌଣସି ଫ୍ରାଞ୍ଚାଇଜ ସହ ଟାଇମିଂ ସମ୍ପର୍କରେ ଆଲୋଚନା କରାଯାଇନାହିଁ। ପ୍ରସାରଣକାରୀ ଚ୍ୟାନେଲର ଦାବି ପଛରେ ୩ କାରଣ ରହିଛି। ପ୍ରଥମଟି ହେଲା ଶୀଘ୍ର ଆରମ୍ଭ ହେଲେ ଦେଖଣାହାରିଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ଓ ରେଟିଂସ ମଧ୍ୟ ବଢ଼ିବ। ଦ୍ୱିତୀୟଟି ହେଉଛି ଲିଗ୍‌ର ପ୍ରାୟୋଜକ ଓ ଫ୍ରାଞ୍ଚାଇଜଙ୍କୁ ଅଧିକ ସମୟ ମିଳିବ। ତୃତୀୟ ତଥା ଅନ୍ତିମ କାରଣ ହେଲା ମ୍ୟାଚ୍‌ବେଳେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ମଧ୍ୟରାତି ପୂର୍ବରୁ ଘରେ ପହଞ୍ଚତ୍ ପାରିବେ। ମାତ୍ର ମ୍ୟାଚ୍‌ ଶୀଘ୍ର ଆରମ୍ଭ ହେବା ଦ୍ୱାରା କିଛି ସମସ୍ୟା ମଧ୍ୟ ଉପୁଜିବ। ସେଗୁଡ଼ିକ ହେଲା ରାତ୍ର ମ୍ୟାଚ୍‌ରେ କାକର ବିଶେଷ ସମସ୍ୟା ସୃଷ୍ଟି କରେ। ଏହା ଗୋଟିଏ ଦଳକୁ ଅଧିକ ଫାଇଦା ଦେବ। ମୁମ୍ବାଇ ଓ ବାଙ୍ଗାଲୋର ଭଳି ସହରରେ ଷ୍ଟାଡିୟମ ଫୁଲ ହେବାକୁ ଅଧିକ ସମୟ ଲାଗେ। ସେଠାରେ ରାତି ୮ଟାରେ ମ୍ୟାଚ୍‌ ଆରମ୍ଭ ହେଲେ ଷ୍ଟାଡିୟମରେ ୮.୩୦ ବେଳକୁ ଦର୍ଶକ ସଂଖ୍ୟା ବଢ଼ିଥାଏ। ସୁବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟିଭି ରେଟିଂ ପାଇଁ କ୍ରିକେଟ କମ୍ପ୍ରୋମାଇଜ କରିପାରିବ ନାହିଁ।

Related posts

ଚେନ୍ନାଇ ସୁପର କିଙ୍ଗସରେ ମିଶିଲେ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନ୍

Odisha Sports Bureau

ପ୍ରଥମ ଥର ପାଇଁ ଟ୍ୱେଣ୍ଟି -୨୦ଦଳରୁ ଧୋନିଙ୍କୁ ବାଦ ଦିଆଯାଇଛି

Odisha Sports Bureau

ଏଲଏଲସି ଖେଳିବେ ଭାରତର ପୂର୍ବତନ ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ

Odisha Sports Bureau