Cricket

ଅଶ୍ୱିନ ଏବଂ ଦ୍ରାବିଡଙ୍କୁ GOAT କହିଲେ ଜାଡେଜା

ଆସନ୍ତାକାଲିରୁ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜରେ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । ଏଥିପାଇଁ ଟିମ ଇଣ୍ଡିଆ ଅଭ୍ୟାସ ମ୍ୟାଚ ଖେଳୁଛି । ଅଭ୍ୟାସ ମ୍ୟାଚର ଏକ ଫଟୋ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି ।ଯେଉଁଥିରେ ସେ ନିଜକୁ ଘୋଡା ଏବଂ ଅଶ୍ୱିନ-ଦ୍ରାବିଡଙ୍କୁ ଛେଳି ବୋଲି କହିଛନ୍ତି ।

ଜାଡେଜା ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ବାମ ହାତୀ ଅଫ ସ୍ପିନର ଅଶ୍ୱିନ ରହିଛନ୍ତି । ଆଉ ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଦେଖିବାକୁ ମିଳିଛନ୍ତି । ଏହାର ଫଟୋକୁ ସେୟାର କରି ଜାଡେଜା ଲେଖିଛନ୍ତି, ‘ ଏକ୍‌ Horse ଦୋ Goat ଙ୍କ ମଧ୍ୟରେ । ଦୁଇ ଛେଳିଙ୍କ ମଧ୍ୟରେ ଗୋଟିଏ ଘୋଡା ବୋଲି ଏହାର ଅର୍ଥ ଆପଣମାନେ ଭାବୁଥିବେ। କିନ୍ତୁ ଏହାର ଅର୍ଥ ଅଲଗା ରହିଛି ।

ଜାଡେଜାଙ୍କ କହିବା ଅର୍ଥ ସେ ଘୋଡା ହୋଇଥିବା ବେଳେ ଗ୍ରେଟେଷ୍ଟ ଅଫ ଅଲ ଟାଇମ(GOAT) ଦୁଇ କଡରେ ଠିଆ ହୋଇଛନ୍ତି । ସମସ୍ତେ ଜାଣିଚନ୍ତି, ରାହୁଲ ଦ୍ରାବିଡ ଜଣେ ମହାନ ଏବଂ ସଫଳ ଖେଳାଳି । ସେହିପରି ଅଶ୍ୱିନ ମଧ୍ୟ ବିଶ୍ୱର ମହାନ୍‌ ସ୍ପିନର ମଧ୍ୟରେ ଅନ୍ୟତମ । ଏବେ ଅଶ୍ୱିନ ଟେଷ୍ଟ କ୍ରିକେଟରେ ନଂ ୧ ରାଙ୍କରେ ରହିଛନ୍ତି ।

Related posts

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

Odisha Sports Bureau

ଦୁଇଟି ନୂଆ ଦଳ ପାଇଁ ଅଧିନାୟକ ଘୋଷଣା କଲା ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

ସୁପର୍ ଫାଷ୍ଟ୍ ଷ୍ଟମ୍ପିଙ୍ଗ୍ ପାଇଁ ଚର୍ଚ୍ଚାରେ କ୍ୟାପଟେନ୍ କୁଲ୍