Wrestling

କୁସ୍ତିଯୋଦ୍ଧାଙ୍କ ପାଇଁ ମୁଜାଫରନଗରରେ ବସିବ ମହାପଞ୍ଚାୟତ; ଚାଷୀନେତାଙ୍କ ଅଧ୍ୟକ୍ଷତାରେ ବୈଠକ

ମୁଜାଫରନଗର: ଆନ୍ଦୋଳନରତ କୁସ୍ତି ଯୋଦ୍ଧାଙ୍କୁ ନ୍ୟାୟ ଦେବା ପ୍ରସଙ୍ଗରେ ଆଜି ଉତ୍ତରପ୍ରଦେଶର ମୁଜାଫରନଗରରେ ବସିବ ମହାପଞ୍ଚାୟତ । ଚାଷୀ ନେତା ନରେଶ ଟିକାୟତଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଶହ ଶହ ସଂଖ୍ୟାରେ ଖାପ ପଞ୍ଚାୟତ ପ୍ରତିନିଧି ଓ କୁସ୍ତି ଯୋଦ୍ଧାଙ୍କ ସମର୍ଥକ ମାନେ ଯୋଗ ଦେବେ । ଗଙ୍ଗାରେ ମେଡାଲ ଭସାଇବାକୁ ନେଇ କୁସ୍ତି ଯୋଦ୍ଧାଙ୍କ ଘୋଷଣା ପରେ ନରେଶ ଟିକାୟତ ସେମାନଙ୍କୁ ବୁଝାସୁଝା କରିଥିଲେ ।
୫ ଦିନ ମଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି କହିବା ପରେ ଆଜି ଚାଷୀ ନେତା ଟିକାୟତଙ୍କ ଅଧ୍ୟକ୍ଷତାରେ ଏହି ବଡ଼ ବୈଠକ ହେବାକୁ ଯାଉଛି । ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ ସହ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ ହେଲେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲା । ୩୬ ଦିନ ଧରି ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରିବା ପରେ ଗତ ୨୮ ତାରିଖରେ ରାସ୍ତାରେ ଘୋଷାଡ଼ି ଘୋଷାଡି କୁସ୍ତି ଯୋଦ୍ଧାଙ୍କୁ ତଡ଼ି ଦେଇଥିଲେ ଦିଲ୍ଲୀ ପୋଲିସ । ଏହାପରେ ପ୍ରତିବାଦ ସ୍ବରୁପ କୁସ୍ତି ଯୋଦ୍ଧା ମାନେ ତାଙ୍କୁ ମିଳିଥିବା ମେଡାଲ ସବୁ ହରିଦ୍ବାର ଯାଇ ଗଙ୍ଗାରେ ଭସାଇବାକୁ ନିଷ୍ପତ୍ତି ନେଇଥିଲେ ।

Related posts

ଆଜିଠାରୁ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା ଆରମ୍ଭ

Odisha Sports Bureau

“ସ୍ପୋର୍ଟସ୍ ପର୍ସନ୍ ଅଫ୍ ଦି ଇୟର’ ପୁରସ୍କାରରେ ସମ୍ମାନିତ ହେଲେ ବଜରଙ୍ଗ ପୁନିଆ ଏବଂ ଏଲାଭେନିଲ

Odisha Sports Bureau

ବ୍ରିଜଭୂଷଣ ମାମଲାରେ ଜୁନ ୧୫ ସୁଦ୍ଧା ଶେଷ ହେବ ତଦନ୍ତ: କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର