Wrestling

ଭାରତୀୟ କୁସ୍ତି ସଂଘ ସଭାପତି ଓ ସହକାରୀ ସମ୍ପାଦକଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂ ଓ ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କ ବୟାନ ରେକର୍ଡ କରିଛି ଦିଲ୍ଲୀ ପୁଲିସ । ଦିଲ୍ଲୀ ପୁଲିସ ବ୍ରିଜଭୂଷଣଙ୍କ ନାମରେ ଦାଏର କରିଥିବା ଦୁଇଟି ମାମଲା ମଧ୍ୟରୁ ପଥମଟିରେ ସେ ଜଣେ ନାବାଳିକାକୁ ଏବଂ ଦ୍ୱିତୀୟଟିରେ ୩ଜଣ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରାଯାଇଥିଲା । ଶୁକ୍ରବାର ପ୍ରାୟ ୩ ଘଣ୍ଟାଧରି ଦିଲ୍ଲୀ ପୁଲିସ୍ ବ୍ରିଜଭୂଷଣଙ୍କୁ ଜେରା କରିଥିବା ବେଳେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ବ୍ରିଜଭୂଷଣଙ୍କୁ ପୂର୍ବରୁ ସିଟ୍ (ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍) ମଧ୍ୟ ଜେରା କରିଛି। ଉଭୟ ତଦନ୍ତ ବେଳେ ବ୍ରିଜଭୂଷଣ ଦୃଢ଼ ଭାବେ ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି। ଏପରିକି ଅଭିଯୋଗର ସତ୍ୟତା ପ୍ରମାଣ ପାଇଁ ଡକ୍ୟୁମେଣ୍ଟ ପ୍ରଦାନ କରାଯାଉ ବୋଲି ବ୍ରିଜଭୂଷଣ ଦାବି କରିଛନ୍ତି। ପୁଲିସ୍ କହିଛି ଆବଶ୍ୟକ ପଡ଼ିଲେ ବ୍ରିଜଭୂଷଣଙ୍କୁ ପୁଣି ଜେରା କରାଯିବ। ଏହି ପ୍ରସଙ୍ଗରେ ମୋଟ ୩୦ ଜଣଙ୍କ ବୟାନ ରେକର୍ଡ କରାଯିବ।

Related posts

କଟକ ଇଣ୍ତୋର ଷ୍ଟାଡିମୟରେ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା

Odisha Sports Bureau

ମଲ୍ଲ ଯୋଦ୍ଧା ରିତୁ ଫୋଗତ ଟପ୍ ରୁ ବାହାର

Odisha Sports Bureau

୩୭ତମ ଜାତୀୟ କ୍ରୀଡ଼ା: ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ

Odisha Sports Bureau