Wrestling

କଟକ ଇଣ୍ତୋର ଷ୍ଟାଡିମୟରେ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା

(ଓଡିଶା ସ୍ପୋର୍ଟ): ସୋମବାରଠୁ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା କଟକ ଜବାହରଲାଲ ନେହେରୁ ଇଣ୍ତୋର ଷ୍ଟାଡିମୟରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆୟୋଜିତ ବାଳକ ଗ୍ରିକୋ ରୋମାନ ଷ୍ଟାଇଲ୍‌ରେ ହରିୟାଣା ଦଳଗତ ବିଜେତା ହୋଇଛି। ହରିୟାଣା ମୋଟ ୧୩ଟି ପଦକ ପାଇ ଶୀର୍ଷରେ ରହିଥିଲା ବେଳେ ୭ ପଦକ ସହ ଦିଲ୍ଲୀ ଦ୍ବିତୀୟ ଓ ୩ ପଦକ ସହ ସାଇ ତୃତୀୟ ସ୍ଥାନରେ ରହିଛି। ୪୫ କିଗ୍ରାରେ ଏସ୍‌ଏସ୍‌ସିବିର କିରଣ, ୪୮ କିଗ୍ରାରେ ହରିୟାଣାର ରୁପିନ୍‌, ୫୧କିଗ୍ରାରେ ଉତ୍ତର ପ୍ରଦେଶର ଅର୍ସଦ, ୫୫ କିଗ୍ରାରେ ଏସଏସ୍‌ସିବିର ପ୍ରବୀଣ ପାଟିଲ, ୬୦ କିଗ୍ରାରେ ହରିୟାଣାର ରବି, ୬୫ କିଗ୍ରାରେ ସାଇର ଅନୀଲ, ୭୧ କିଗ୍ରାରେ ହରିୟାଣାର ସଚିନ, ୮୦ କିଗ୍ରାରେ ହରିୟାଣାର ରୋହିତ, ୯୨ କିଗ୍ରାରେ ହରିୟାଣାର ନିତେଶ, ୧୧୦ କିଗ୍ରାରେ ହରିୟାଣାର ପ୍ରଭେଶ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ବିଭାଗର ପ୍ରତିଯୋଗିତାରେ ଓଡ଼ିଶାର କୌଣସି ଖେଳାଳି ପ୍ରତିନିଧିତ୍ବ କରିନାହାନ୍ତି।

ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୮୦୦ ଖେଳାଳି ଭାଗ ନେଇଛନ୍ତି। ଏହି ଅବସରରେ ଖୋର୍ଦ୍ଧାର ପ୍ରସିଦ୍ଧ ପାଇକ ଆଖଡ଼ା ଏଠାରେ ପ୍ରଦର୍ଶିତ ହୋଇଥିଲା। ସନ୍ତୋଷ କୁମାର ଦାସ, କିଶୋର ଚନ୍ଦ୍ର ବେହେରା, ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ନାରାୟଣ ନାୟକ, କାଳନ୍ଦୀ ମାଳିଆ, ଦେବାଶିଷ ଘୋଷ, ଅମିତ କୁମାର ସାହୁ, ବିରଜା ପ୍ରସାଦ ଦାସ, ଭାରତ ଭୂଷଣ ସ୍ବାଇଁ, କୃଷ୍ଣଚନ୍ଦ୍ର ମଲ୍ଲିକ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରୁଛନ୍ତି।

Related posts

ୟୁ-ଟର୍ଣ୍ଣ ନେଲେ ଭିନେଶ ଫୋଗାଟ… ଅବସର ପରେ ଫେରିବାକୁ ନିଷ୍ପତ୍ତି ନେଲେ, ଅଲିମ୍ପିକ୍ କ୍ଷେତ୍ରକୁ ଫେରିବେ

Odisha Sports Bureau

ରେସଲରଙ୍କ ଉପରେ ବର୍ଷିଲେ ପିଟି ଉଷା

Odisha Sports Bureau

ମହିଳା କୁସ୍ତି ଯୋଦ୍ଧା ଭାବେ ବ୍ରୋଞ୍ଜ ଜିତିଲେ ପୂଜା

Odisha Sports Bureau