Shooting

ଶୁଟିଂ ବିଶ୍ୱକପରେ ଭାଗ ନେବନି ପାକିସ୍ତାନ ଟିମ

(ଓଡିଶା ସ୍ପୋର୍ଟ): ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଶୁଟିଂ ବିଶ୍ୱକପ । ଏଥିରେ ପାକିସ୍ତାନ ଟିମ ଭାଗ ନେବ ନାହିଁ। ପୁଲୱାମା ଆକ୍ରମଣ ସତ୍ତ୍ୱେ ପାକିସ୍ତାନ ଖେଳାଳିଙ୍କୁ ଭାରତ ଆସିବାକୁ ଭିସା ମିଳିଥିଲା। କିନ୍ତୁ ଭିସା ପାଇବା ସତ୍ତ୍ୱେ ପାକିସ୍ତାନ ଟିମ ବିଶ୍ୱକପରେ ଭାଗ ନେବନାହିଁ। ଦି ନ୍ୟାଶନାଲ ଶୁଟିଂ ବଡି ଅଫ ପାକିସ୍ତାନ (ଏନ୍ଆରଏପି) ଆଜି ଏକଥା ସ୍ପଷ୍ଟ କରିଛି।

ଏନଆରଏପି କହିଛି ଯେ ଶୁଟର ମହମ୍ମଦ ଖାଲିଲ ଅଖତର ଓ ଗୁଲାମ ମୁସ୍ତାଫା ବଶିରଙ୍କ ସହ ମ୍ୟାନେଜର ରାଜି ଅହମ୍ମଦ ଫେବୃଆରୀ ୨୦ରୁ ୨୮ ପର୍ୟ୍ୟନ୍ତ ହେବାକୁ ଥିବା ଆଇଏସଏସଏଫ ବିଶ୍ୱକପ୍ ରାଇଫଲ/ପିସ୍ତଲ ଇଭେଣ୍ଟରେ ଭାଗ ନେବାର ଥିଲା। କିନ୍ତୁ ବିଳମ୍ବିତ ଭିସା ପ୍ରଦାନ ଯୋଗୁ ପାକିସ୍ତାନ ନୂଆଦିଲ୍ଲୀ ଯାଉନାହିଁ।
ତେବେ ଭାରତର ଶୁଟିଂ ସଂଗଠନ ଏନଆରଏଆଇ ପକ୍ଷରୁ ଭିସା ଠିକଣା ସମୟରେ ଦିଆଯାଇଥିବା କୁହାଯାଇଛି। ଗତକାଲି ଏନଆରଏଆଇ ପକ୍ଷରୁ ୩ ଜଣିଆ ପାକିସ୍ତାନ ଭାରତ ଆସୁଥିବା କୁହାଯାଇ ଥିଲା। ଏହାକୁ ଏନ୍ଆରଏପି ମଧ୍ୟ ସ୍ୱୀକାର କରିଛି। ହେଲେ ଏନ୍ଆରଏପି କହିଛି ଯେ ଆମେ ପରେ ଏକଥା ବୁଝିବା ବେଳକୁ ଭିସା ମିଳିବା ପ୍ରକ୍ରିୟା ଜାରି ରହିଥିବା ଜାଣିବାକୁ ପାଇଲୁ। ଏପରି ପରିସ୍ଥିତି ସୃଷ୍ଟି ହେବାରୁ ଏନଆରଏପି ଭାରତ ଗସ୍ତ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଜଣାଇଛି।

Related posts

ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Odisha Sports Bureau

ଶର୍ଟଗନ ବନ୍ଧୁକଚାଳନା ଚମ୍ପିଆନସିପର ଡବଲ ଟ୍ରିପ୍ରେ ସଂଗ୍ରାମ ଏବଂ ବର୍ଷା ଜିତିଲେ ଟାଇଟଲ୍

Odisha Sports Bureau

ଏୟାର ରାଇଫଲ ଚାମ୍ପିଆନସିପରେ ଏଲେଭେନିଲଙ୍କୁ ସ୍ୱର୍ଣ୍ଣ

Odisha Sports Bureau