Shooting

ଷ୍ଟାର ଶୁଟର ଅଭିନବ ବିନ୍ଦ୍ରା ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ

(ଓଡିଶା ସ୍ପୋର୍ଟ଼) :୨୦୦୮ ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା ତଥା ଭାରତର ଷ୍ଟାର ଶୁଟର ଅଭିନବ ବିନ୍ଦ୍ରା ଦେଶ ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ଶୁଟିଂ ସ୍ପୋର୍ଟ ଫେଡେରେସନ୍(ଆଇଏସ୍ଏସ୍ଏଫ୍) ପକ୍ଷରୁ ଶୁଟିଂ କ୍ଷେତ୍ରର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।

୩୬ ବର୍ଷୀୟ ବିନ୍ଦ୍ରା ୨୦୦୮ ବେଜିଂ ଅଲିମ୍ପିକରେ ଭାରତ ପାଇଁ ଶୁଟିଂରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିଲେ। ବର୍ତ୍ତମାନ ପର୍ୟ୍ୟନ୍ତ ବିନ୍ଦ୍ରା ଏକମାତ୍ର ଭାରତୀୟ ଭାବେ ଅଲିମ୍ପିକରେ ସ୍ୱର୍ଣ୍ଣ ଜିତିବାର ରେକର୍ଡ ନିଜ ନାଁରେ ରଖିଛନ୍ତି।

ଅଲିମ୍ପିକ ବ୍ୟତୀତ ୨୦୦୨,୨୦୦୬,୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିନ୍ଦ୍ରା ୪ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୨୦୦୬ ବିଶ୍ୱ ଶୁଟିଂ ଚାମ୍ପିୟନ୍ଶିପ୍ରେ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଶୁକ୍ରବାର ଆଇଏସ୍ଏସ୍ଏଫ୍ର ସାଧାରଣ ସଭା ବୈଠକରେ ବିନ୍ଦ୍ରାକୁ ଏହି ସମ୍ମାନ ମିଳିଛି। ଏଭଳି ସମ୍ମାନ ପାଇବାରେ ବିନ୍ଦ୍ରା ହେଉଛନ୍ତି ପ୍ରଥମ ଭାରତୀୟ। ଦେଶ ପକ୍ଷରୁ ଅର୍ଜୁନ ପୁରସ୍କାର ପାଇଥିବା ବିନ୍ଦ୍ରା ଆଇଏସ୍ଏସ୍ଏଫ୍ ପକ୍ଷରୁ ମିଳିଥିବା ସମ୍ମାନଜନକ ବ୍ଲୁ କ୍ରସ୍ ମେଡାଲ୍କୁ ନିଜ ଟ୍ୱିଟ୍ରେ ଛାଡ଼ି ଦେଶବାସୀଙ୍କୁ ଏହି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆଇଏସ୍ଏସ୍ଏଫ୍ର ସବୁଠାରୁ ଦୀର୍ଘତମ ସଭାପତି ଓଲେଗାରିଓ ଭାଜକ୍ୟୁଜେ ମଧ୍ୟ ଗତକାଲି ଅବସର ଗ୍ରହଣ କରିଛନ୍ତି। ସେ ୩୮ ବର୍ଷ ଧରି ଆଇଏସ୍ଏସ୍ଏଫ୍ର ସଭାପତି ଭାବେ କାର୍ୟ୍ୟ କରିଥିଲେ।

Related posts

ଏୟାର ରାଇଫଲ ଚାମ୍ପିଆନସିପରେ ଏଲେଭେନିଲଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ରାଷ୍ଟ୍ରୟ ସୁଟିଙ୍ଗ୍ ଟ୍ରୟଲ୍ସରେ ବାଜି ମାରିଲେ ମେହୁଲି

Odisha Sports Bureau

ଏସୀୟ ସୁଟିଂ ଚାମ୍ପିଅନସିପ୍ 2026 ରେ ସ୍ୱର୍ଣ୍ଣ ପଦକ ଜିତିଲେ ଇଶା ସିଂହ

Odisha Sports Bureau