Shooting

ଜର୍ମାନୀରେ ସ୍ବର୍ଣ୍ଣ ପଦକ ଜିତିଲେ ଶ୍ରୀୟଙ୍କା

(ଓଡିଶା ସ୍ପୋର୍ଟ): ଜର୍ମାନୀ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ। ଜାନୁଆରି ୨୩ରୁ ଜର୍ମାନିର ମ୍ୟୁନିକ୍ରେ ଚାଲିଥିବା ଏଚଏନ କପ ଅନ୍ତର୍ଜାତୀୟ ପ୍ରତିଯୋଗିତା ରବିବାର ଶେଷ ହୋଇଥିଲା ।ସେଥିରେ କିଟ୍ ଛାତ୍ରୀ ଶ୍ରୀୟଙ୍କା ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ଦଳଗତ ମିଶ୍ରିତ ବର୍ଗରେ ହିଁ ସେ ଏହି ସଫଳତା ଲାଭ କରିଛନ୍ତି। ଶ୍ରୀୟଙ୍କା ଓ ଲକ୍ଷ୍ୟ ସେରନଙ୍କୁ ନେଇ ଗଠିତ ଭାରତୀୟ ଦଳ ଫାଇନାଲରେ ରୁଷିଆ ଦଳକୁ ୨ (୫୦୨.୯-୫୦୦.୯) ପଏଣ୍ଟ୍ ବ୍ୟବଧାନରେ ହରାଇ ସ୍ବର୍ଣ୍ଣ ପଦକ କବଜା କରି ନେଇଥିଲେ। ଏକମାତ୍ର ଓଡ଼ିଆ ଭାବେ ଭାରତୀୟ ଟିମରେ ସ୍ଥାନ ପାଇଥିଲେ ଶ୍ରୀୟଙ୍କା।

ସ୍ୱର୍ଣ୍ଣପଦକ ବିଜୟୀ ହେବା ପରେ ସେ ନିଜ ବାପାମା’ ଓ କିଟ-କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏବଂ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଶ୍ରୀୟଙ୍କାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Related posts

ଅଭୟ ଏବଂ ପରୀନାଜ ସ୍କିଟ୍ ଟୁର୍ଣ୍ଣାମେଣ୍ଟରେ ଜିତିଲେ ଦୁଇ-ଦୁଇଟି ପଦକ

Odisha Sports Bureau

ରାଷ୍ଟ୍ରୟ ସୁଟିଙ୍ଗ୍ ଟ୍ରୟଲ୍ସରେ ବାଜି ମାରିଲେ ମେହୁଲି

Odisha Sports Bureau

୫୦ ମିଟର ଏୟାର ରାଇଫଳରେ ଟିମ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

Odisha Sports Bureau