Football

ଆଇଏସଏଲ୍ ୨୦୧୮: ରାହୁଲ ଭେକେଙ୍କ ନିର୍ଣ୍ଣାୟକ ଗୋଲର ସାହାଯ୍ୟରେ ବେଙ୍ଗଲୁରର ବିଜୟ, ପୁଣେ ୨-୧ଗୋଲ୍ ରେ ପରାସ୍ତ

(ଓଡିଶା ସ୍ପୋର୍ଟ): ରାହୁଲ ଭେକେଙ୍କ ନିର୍ଣ୍ଣାୟକ ଗୋଲ ସାହାଯ୍ୟରେ ବେଙ୍ଗଲୁର ଏଫସୀ ଶୁକ୍ରବାରକୁ ଏଫସୀ ପୂନେ ସିଟିରେ ଶାନଦାର୍ ବିଜୟ ହାସଲ କରିଛନ୍ତି । ବେଙ୍ଗଲୁରର ଶ୍ରୀ କାନ୍ତିରାୱ ଷ୍ଟାଡିୟମ୍ ରେ ଖେଳାଯାଉଥିବା ଆଇଏସ୍ଏଲ୍ ମୁକାବିଲାରେ ବେଙ୍ଗଲୁର ଏଫସୀ ପୂଣେ କୁ ୨-୧ରେ ପରାସ୍ତ କରିଛି । ରାହୁଲ ଶେଷ ୮୮ ମିନିଟ୍ ରେ ଶାନଦାର ଗୋଲ କରିଥିଲେ । ଏହି ବିଜୟ ସହିତ ବେଙ୍ଗଲୁରର ଅଙ୍କତାଲିକାରେ ୨୨ ଅଙ୍କ ସହିତ ଶୀର୍ଷରେ ପହଞ୍ଚିସାରିଛି ।

ବେଙ୍ଗଲୁର ୧୧ ମିନିଟରେ ଉନ୍ଦାତା ସିଂହଙ୍କ ଗୋଲରେ ୧-୦ ଅଙ୍କରେ ବଢିବା ଆରମ୍ଭ କରିନେଥିଲେ, କିନ୍ତୁ ଭେକେ ୧୫ ମିନିଟରେ ଆତ୍ମଘାତି ଗୋଲ କରି ପୁଣେ ସହିତ ଅଙ୍କ ସମାନତା କରିଥିଲା । ଏହାପରେ ୭୩ ମିନିଟ୍ ପର୍ଯ୍ୟନ୍ତ କୌଣସି ଗୋଲ ହୋଇ ନ ଥିଲା । ବେଙ୍ଗଲୁର ଟିମ୍ ଭେକେଙ୍କ ଭୁୁଲ୍ କାରଣରୁ ନିଜ ଘରୋଇ ପଡିଆରେ ଅଙ୍କ ବାଣ୍ଟିବାରେ ବାଧ୍ୟ ହେଉୁଥିବାର ଦେଖାଦେଇଥିଲା । ଏହାର ସୁଯୋଗରେ ଭେକେ ୮୮ ମିନିଟ୍ ରେ ନିର୍ଣ୍ଣାୟକ ଗୋଲ କରିଥିଲେ । ଏହି ମ୍ୟାଚ୍ ରୁ ମିଳିଥିବା ତିନୋଟି ଅଙ୍କ ସହିତ ବେଙ୍ଗଲୁରର ୮ଟି ମ୍ୟାଚ୍ ରୁୁୁ ୨୨ ଅଙ୍କ ହୋଇଛି ଏବଂ ସେ ଦ୍ୱିତୀୟ ସ୍ଥାନରେ କାବିଜ୍ ଏଫସି ଗୋବାରେ ପାଞ୍ଚ ଅଙ୍କ ବଢାଇ ନେଇଛନ୍ତି । ଆଇଏସଏଲ୍ ରେ ଏହା ବେଙ୍ଗଲୁରର ସପ୍ତମ ବିଜୟ ଅଟେ । ସେପଟେ ପୁୁଣେର ଏହା ୧୦ ମ୍ୟାଚ୍ ରେ ସପ୍ତମ ପରାଜୟ ଅଟେ । ଏହି ଅଙ୍କ ତାଲିକାରେ ଏହା ନବମ ସ୍ତାନରେ ରହିଛନ୍ତି ।

Related posts

କଳିଙ୍ଗ ଷ୍ଟାଡିୟମରେ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

Odisha Sports Bureau

କିସ ଦେଇ ଫସିଗଲେ ସ୍ପେନ୍‌ ଫୁଟବଲ୍‌ ସଂଘ ସଭାପତି ଲୁଇସ୍‌ ରୁବେଲ୍ସ

Odisha Sports Bureau

ଜ୍ୟୋତିଷ ବାଛିଥିଲେ ଭାରତୀୟ ଫୁଟବଲ ଦଳ

Odisha Sports Bureau