Wrestling

ଗୁଜରାଟ ସ୍ପୋର୍ଟ କ୍ଲବ୍‌ରେ ଆୟୋଜିତ ବାର୍ଷିକ ସାଧାରଣ ବୈଠକରେ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ଭୁବନେଶ୍ବର: ଗୁଜରାଟ ସ୍ପୋର୍ଟ କ୍ଲବ୍‌ରେ ରବିବାର ଆୟୋଜିତ ମହାସଂଘର ବାର୍ଷିକ ସାଧାରଣ ବୈଠକରେ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି | ତୁଷାର ଦ୍ବିବେଦୀ ସଭାପତି, ପ୍ରଶାନ୍ତ କେନି ସମ୍ପାଦକ, ପାର୍ଥ ଚକ୍ରବର୍ତ୍ତୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ଯୁଗ୍ମସମ୍ପାଦକ ସୁରେଶ କୁମାର ସ୍ୱାଇଁ ପରିଚାଳନା କମିଟିର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି।

ଉଲ୍ଲେଖ ଯୋଗ୍ୟ, ଇଙ୍ଗ୍ ଶିଖ୍‌’ ମିଲ୍‌ଖା ସିଂହ ଏବଂ ପିଟି ଉଷାଙ୍କୁ ୨୦୨୨ ବର୍ଷ ପାଇଁ ସମ୍ମାଜନକ ଏସ୍‌ଜେଏଫ୍‌ଆଇ (ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ମହାସଂଘ) ପଦକ ପ୍ରଦାନ କରାଯିବ। ଗୁଜରାଟ ସ୍ପୋର୍ଟ କ୍ଲବ୍‌ରେ ରବିବାର ଆୟୋଜିତ ମହାସଂଘର ବାର୍ଷିକ ସାଧାରଣ ବୈଠକରେ ଏ ବିଷୟରେ ନିଷ୍ପତ୍ତି ହୋଇଥିଲା। ପୂର୍ବରୁ ବିଜୟ ଅମୃତରାଜ, ପ୍ରକାଶ ପାଦୁକନ ଓ ସୁନୀଲ ଗାଭାସ୍କରଙ୍କୁ ଏହି ପଦକ ପ୍ରଦାନ କରାଯାଇଛି। କିଂବଦନ୍ତି ମିଲ୍‌ଖା ସିଂହ ୧୯୫୮ ଟୋକିଓ ଏସୀୟ କ୍ରୀଡ଼ା (୨୦୦ ଓ ୪୦୦ ମିଟର) ଏବଂ ୧୯୬୨ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ (୪୦୦ ମିଟର ଏବଂ ୪ ଗୁଣା ୪୦୦ ମିଟର ରିଲେ) ୪ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ତାଙ୍କୁ ମରଣୋତ୍ତର ଏହି ପୁରସ୍କାର ପ୍ରଦାନ କରାଯିବ। ପିଟି ଉଷା ଏବେ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ସଭାପତି ରହିଛନ୍ତି। ସେ ଏସୀୟ କ୍ରୀଡ଼ାରେ ୧୧ଟି ପଦକ ଜିତିଥିଲେ। ୧୯୮୬ କ୍ରୀଡ଼ାରେ ୪ଟି ସ୍ବର୍ଣ୍ଣ ପଦକ (୨୦୦, ୪୦୦, ୪୦୦ ମିଟର ବାଧାଦୌଡ଼ ଏବଂ ୪ ଗୁଣା ୪୦୦ ମିଟର ରିଲେ) ଜିତିବାରେ ସଫଳ ରହିଥିଲେ। କ୍ରୀଡ଼ାରୁ ଅବସର ନେବା ପରେ ସେ ଏକ ଦୌଡ଼କୁଦ ସ୍କୁଲ ଖୋଲିଛନ୍ତି। ଯାହାର ନାମ ରହିଛି ‘ଉଷା ସ୍କୁଲ ଅଫ୍ ଆଥଲେଟିକ୍ସ’।

ତୁଷାର ତ୍ରିବେଦୀ (ଗୁଜୁରାଟ) | ଉପ-ରାଷ୍ଟ୍ରପତି: ବିକାଶ ପାଣ୍ଡେ (ଇନ୍ଦୋର), ମନୁଜା ବୀରପ୍ପା (ବେଙ୍ଗାଲୁରୁ), ସାରଜୁ ଚକ୍ରବର୍ତ୍ତୀ (ତ୍ରିପୁରା), ପାରିତୋଶ ପ୍ରେମାନିକ (ନାଗପୁର)। ସଚିବ: ପ୍ରଶାନ୍ତ କେନି (ମୁମ୍ବାଇ) | ଯୁଗ୍ମ ସଚିବ: ରମେଶ ଭାରିକୁପାଲା (ତେଲେଙ୍ଗାନା) | କୋଷାଧ୍ୟକ୍ଷ: ପାର୍ଥ ଚକ୍ରବର୍ତ୍ତୀ (ଆସାମ) | କାର୍ଯ୍ୟନିର୍ବାହୀ କମିଟି: ସୁରେଶ କୁମାର ସ୍ୱାଇଁ (ଓଡ଼ିଶା), ରିପଲ ଖ୍ରିଷ୍ଟୀ (ଗୁଜୁରାଟ), କେ କିର୍ତ୍ତୀଭାସାନ (ତାମିଲନାଡୁ), ସୁପ୍ରଭତ ଦେବନାଥ (ତ୍ରିପୁରା), ବିଦ୍ୟୁତ କଳିତା (ଆସାମ), ନୀଲେଶ ଦେଶପାଣ୍ଡେ (ନାଗପୁର), ସାବି ହୁସେନ୍ ନାକଭି (ଦିଲ୍ଲୀ)।

Related posts

ୟୁ-ଟର୍ଣ୍ଣ ନେଲେ ଭିନେଶ ଫୋଗାଟ… ଅବସର ପରେ ଫେରିବାକୁ ନିଷ୍ପତ୍ତି ନେଲେ, ଅଲିମ୍ପିକ୍ କ୍ଷେତ୍ରକୁ ଫେରିବେ

Odisha Sports Bureau

ବିଶ୍ବ କନିଷ୍ଠ ହ୍ବିଲ୍‌ଚେୟାର ଅସିଚାଳନାରେ ଭାଗନେବେ ପବିତ୍ର

Odisha Sports Bureau

ରେସଲରଙ୍କ ଉପରେ ବର୍ଷିଲେ ପିଟି ଉଷା

Odisha Sports Bureau