Cricket

ଜୋସ ବଟଲର୍ ଦଣ୍ଡିତ

କୋଲକାତା : ରାଜସ୍ଥାନ ରୟାଲ୍ସ ଟିମର ଖେଳାଳି ଜୋସ ବଟଲର୍ ଆଚରଣବିଧି ଉଲଂଘନ ପାଇଁ ଦଣ୍ଡିତ ହୋଇଛନ୍ତି । ଗୁରୁବାର ଖେଳାଯାଉଥିବା କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଅମ୍ପାୟାରଙ୍କ ଆଉଟ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିବାରୁ ତାଙ୍କୁ ମ୍ୟାଚ ଫି’ର ୧୦ ପ୍ରତିଶତ ଜରିମାନା ଦଣ୍ଡ ମିଳିଛି । ରାଜସ୍ଥାନ ବ୍ୟାଟିଂ ପାଳି ବେଳେ ଯଶସ୍ବୀ ଜୟସ୍ବାଲଙ୍କ ସହ ଭୁଲ୍ ବୁଝାମଣା ଯୋଗୁଁ ବଟଲର୍ ରନ୍ ଆଉଟ୍ ହୋଇଥିଲେ। ଏପରିକି ସେ ଜୟସ୍ବାଲଙ୍କ ପାଇଁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ରନ୍ ଆଉଟ୍ ନେଇ ସେ ସ୍ପଷ୍ଟ ନଥିଲା ବେଳେ ଅମ୍ପାୟାରଙ୍କ ଆଉଟ୍ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକଟ କରିଥିଲେ। ଯାହାକି ସେ ପାଭିଲିୟନ୍ ଫେରିଲା ବେଳେ ବ୍ୟାଟ୍କୁ ଗ୍ରାଉଣ୍ଡରେ ପିଟିବା ଘଟଣାରୁ ପ୍ରତୀୟମାନ ହୋଇଥିଲା।

Related posts

ଆଇପିଏଲ୍ ୨୦୨୬ରେ ଚେନ୍ନାଇର ବିଶାଳ ବିଜୟ

ଆଇପିଏଲ ୨୦୨୩ରେ ଆଜି ମୁହାଁ ମୁହିଁ ହେବେ ଫାଫ ଡୁ’ପ୍ଲେସିସ ଓ ନୀତିଶ ରାଣା

BCCI ର କଥା ନ ମାନିଲେ ଦଳରୁ ବିଦା ହେବେ ରୋହିତ ଏବଂ କୋହଲି…

Odisha Sports Bureau