Cricket

ଆଣ୍ଠୁ ଜନିତ ସମସ୍ୟା ପାଇଁ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସଙ୍କ ପରାମର୍ଶ ନେବେ ଧୋନି

ଚେନ୍ନାଇ: ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆହତ ଆଣ୍ଠୁର ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ। ଚଳିତ ଆଇପିଏଲ୍ର ସମସ୍ତ ମ୍ୟାଚ୍ଗୁଡ଼ିକରେ ଧୋନି ଆଣ୍ଠୁ ଉପରେ ପଟି ବାନ୍ଧି ଖେଳିଥିଲେ। ୱିକେଟ୍ ପଛରେ ରହିବା ସମୟରେ ସବୁକିଛି ଠିକ୍ଠାକ୍ ଜଣାପଡୁଥିଲା ବେଳେ ଡେରିରେ ବ୍ୟାଟିଂ କରିବାକୁ ଆସୁଥିଲେ। ତେବେ ସିଏସକେ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ୍ ଏହି ସୂଚନା ଦେବା ସହ ରିପୋର୍ଟ ଆସିବା ପରେ ଆବଶ୍ୟକ ପଡ଼ିଲେ ଧୋନିଙ୍କ ବାମ ଆଣ୍ଠୁର ସର୍ଜରି କରାଯିବ ବୋଲି କହିଛନ୍ତି। ଆଇପିଏଲର ଆସନ୍ତା ଋତୁରେ ଧୋନି ଖେଳିବେ ନା ତାଙ୍କ ସ୍ଥାନକୁ ଅନ୍ୟ ଖେଳାଳିଙ୍କ ପାଇଁ ଖୋଲା ରଖିବେ ପ୍ରଶ୍ନ କରାଯାଇଥିଥିବା ବେଳେ ସବୁ ନିଷ୍ପତ୍ତି ଧୋନିଙ୍କ ଉପରେ ଛାଡ଼ି ଦିଆଯାଇଛି ବୋଲି ବିଶ୍ବନାଥନ୍ କହିଥିଲେ ।

Related posts

ଲର୍ଡସ୍ ଟେଷ୍ଟ ଜିତିବା ପାଇଁ ସମସ୍ତ ସୀମା ଅତିକ୍ରମ କଲା ଇଂଲଣ୍ଡ

Odisha Sports Bureau

ଆଜି ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ହେବ ବିଗ ଫାଇଟ୍

ସେମିଫାଇନାଲରେ ଭାରତ ସହ କିଏ ଖେଳିବ ? ନ୍ୟୁଜିଲାଣ୍ଡ ନା ପାକିସ୍ତାନ

Odisha Sports Bureau