Cricket

ଆଣ୍ଠୁ ଜନିତ ସମସ୍ୟା ପାଇଁ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସଙ୍କ ପରାମର୍ଶ ନେବେ ଧୋନି

ଚେନ୍ନାଇ: ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆହତ ଆଣ୍ଠୁର ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ। ଚଳିତ ଆଇପିଏଲ୍ର ସମସ୍ତ ମ୍ୟାଚ୍ଗୁଡ଼ିକରେ ଧୋନି ଆଣ୍ଠୁ ଉପରେ ପଟି ବାନ୍ଧି ଖେଳିଥିଲେ। ୱିକେଟ୍ ପଛରେ ରହିବା ସମୟରେ ସବୁକିଛି ଠିକ୍ଠାକ୍ ଜଣାପଡୁଥିଲା ବେଳେ ଡେରିରେ ବ୍ୟାଟିଂ କରିବାକୁ ଆସୁଥିଲେ। ତେବେ ସିଏସକେ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ୍ ଏହି ସୂଚନା ଦେବା ସହ ରିପୋର୍ଟ ଆସିବା ପରେ ଆବଶ୍ୟକ ପଡ଼ିଲେ ଧୋନିଙ୍କ ବାମ ଆଣ୍ଠୁର ସର୍ଜରି କରାଯିବ ବୋଲି କହିଛନ୍ତି। ଆଇପିଏଲର ଆସନ୍ତା ଋତୁରେ ଧୋନି ଖେଳିବେ ନା ତାଙ୍କ ସ୍ଥାନକୁ ଅନ୍ୟ ଖେଳାଳିଙ୍କ ପାଇଁ ଖୋଲା ରଖିବେ ପ୍ରଶ୍ନ କରାଯାଇଥିଥିବା ବେଳେ ସବୁ ନିଷ୍ପତ୍ତି ଧୋନିଙ୍କ ଉପରେ ଛାଡ଼ି ଦିଆଯାଇଛି ବୋଲି ବିଶ୍ବନାଥନ୍ କହିଥିଲେ ।

Related posts

ଭାରତ ସମ୍ମାନରେ ୧୫୯ ରନର ବିଜୟ ଲକ୍ଷ୍ୟ

Odisha Sports Bureau

ପନ୍ତଙ୍କୁ ଖୁବଶୀଘ୍ର ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ

Odisha Sports Bureau

ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ଖେଳାଳିଙ୍କୁ ସମ୍ବର୍ଦ୍ଧିତ

Odisha Sports Bureau