Wrestling

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସିଲେ ୧୯୮୩ ବିଶ୍ୱକପ୍ ବିଜେତା ଟିମ୍

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତର ଠାରେ ଗତ ୧ମାସ ଧରି କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେଇଥିବା କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି । ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାମାନେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି । ଗତକାଲି ବିଜେପି ସାଂସଦ ପ୍ରୀତମ ମୁଣ୍ଡେ ପରୋକ୍ଷରେ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ବେଳେ ଏବେ ୧୯୮୩ ବିଶ୍ୱକପ୍ ବିଜେତା ଟିମ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବୟାନ ଦେଇଛନ୍ତି । ଟିମ୍ ତରଫରୁ ଏକ ମିଳିତ ବୟାନରେ କୁହାଯାଇଛି କି କୁସ୍ତିଯୋଦ୍ଧାଙ୍କ ସହ ଯେଭଳି ଭାବେ ବ୍ୟବହାର କରାଗଲା ତାହା ସେମାନଙ୍କୁ ଚକିତ କରିଛି।

ସୂଚନା ଥାଉକି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗାଟଙ୍କ ସହ ଅନେକ ବରିଷ୍ଠ କୁସ୍ତିଯୋଦ୍ଧା ଦିଲ୍ଲୀରେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି ପ୍ରଦର୍ଶନ ସ୍ଥଳରୁ ସେମାନଙ୍କୁ ଉଠାଇଦେବାକୁ କିଛିଦିନ ତଳେ ଦିଲ୍ଲୀ ପୋଲିସ ସେମାନଙ୍କ ଉପରେ ବଳ ପ୍ରୟୋଗ କରିଥିଲା । ଶୁକ୍ରବାର ଦିନ ୧୯୮୩ ବିଶ୍ୱକପ୍ ବିଜେତା ଟିମ୍ ତରଫରୁ ମିଳିତ ବୟାନରେ କୁହାଯାଇଛି କି, ଦିଲ୍ଲୀ ପୋଲିସ ଦ୍ୱାରା ଯେଭଳି ଭାବେ ଧାରଣାରତ କୁସ୍ତିଯୋଦ୍ଧାଙ୍କ ଉପରେ ବଳ ପ୍ରୟୋଗ କରାଗଲା ସେହି ଦୃଶ୍ୟ ଅଶୋଭନୀୟ ଓ ସେମାନଙ୍କୁ ବ୍ୟଥିତ କରିଛି ।

Related posts

କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏସିଆନ ଗେମ୍ସ ୨୦୨୩ରୁ ବାହାର ହୋଇଛନ୍ତି

Odisha Sports Bureau

ରେସଲର ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

Odisha Sports Bureau

ବ୍ୟକ୍ତିଗତ କୁସ୍ତି ବିଶ୍ୱକପରେ ଭାଗ ନେବେ ସାକ୍ସି ମଲିକଙ୍କ ସମେତ ୨୪ ଜଣ ଭାରତୀୟ କୁସ୍ତିଯୋଦ୍ଧା

Odisha Sports Bureau