Wrestling

ଦୂରଗାମୀ ଧାବକ ରୋନେକ୍ସ କିପ୍ରୁଟୋଙ୍କୁ ଡୋପିଂ ମାମଲାରେ ବାସନ୍ଦ

ମୋନାକୋ : କେନିଆ ଦୂରଗାମୀ ଧାବକ ରୋନେକ୍ସ କିପ୍ରୁଟୋଙ୍କୁ ଡୋପିଂ ମାମଲାରେ ବୁଧବାର ବାସନ୍ଦ କରାଯାଇଛି। ୨୦୧୯ ବିଶ୍ୱ ଚାମ୍ପିୟନଶିପର ୧୦ ହଜାର ମିଟର ବର୍ଗ ରେସ୍‌ରେ ସେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ବୁଧବାର ଆଥ୍‌ଲେଟିକ୍ସ ଇଣ୍ଟେଗ୍ରିଟି ୟୁନିଟ୍‌(ଏଆଇୟୁ) ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଛି। ଆଥ୍‌ଲେଟିକ ବାୟୋଲୋଜିକାଲ ପାସପୋର୍ଟ ଆଧାରରେ କିପ୍ରୁଟୋଙ୍କୁ ବାସନ୍ଦ କରାଯାଇଥିବା ପ୍ରକାଶ କରିଛି ଏଆଇୟୁ।

ରକ୍ତ ନମୁନାରେ ହୋଇଥିବା ପରିବର୍ତ୍ତନକୁ ବାୟୋଲୋଜିକାଲ ପାସପୋର୍ଟ ସହଜରେ ନିର୍ଦ୍ଧାରଣ କରିଥାଏ। ଫଳରେ ରକ୍ତରେ ଥିବା ଅବୈଧ ପଦାର୍ଥକୁ ମଧ୍ୟ ଚିହ୍ନଟ କରାଯାଏ। ମାତ୍ର ୧୯ ବର୍ଷ ବୟସରେ କିପ୍ରୁଟୋ ୨୦୧୯ ଦୋହା ବିଶ୍ୱ ଚାମ୍ପିୟନଶିପର ୧୦ ହଜାର ମିଟର ଦୌଡରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଉଗାଣ୍ଡାର ଜୋଶୁଆ ଚେପ୍ଟେଗେଇ ଏଠାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାର କିଛି ମାସ ପରେ ସ୍ପେନ୍‌ର ଭାଲେନ୍ସିଆରେ ଅନୁଷ୍ଠିତ ଏକ ୧୦ କିମି ରୋଡ୍‌ ରେସ୍‌ରେ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ । ଟୋକିଓ ଅଲିମ୍ପିକ୍ସରେ ସେ ନବମ ସ୍ଥାନରେ ରହିଥିଲେ।

Related posts

ଏସିଆନ କୁସ୍ତି ଚାମ୍ପିୟନସିପ୍ରେ ଭାରତକୁ ସ୍ୱର୍ଣ୍ଣ ପଦକ

Odisha Sports Bureau

ଚାକିରୀରେ ଯୋଗଦାନ କରିଛୁ, ଆନ୍ଦୋଳନରୁ ଓହରିନୁ: ବଜରଙ୍ଗ, ସାକ୍ଷୀ ଏବଂ ଭିନେଶ

Odisha Sports Bureau

କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭାରତୀୟ କୁସ୍ତି ମହାସଂଘ

Odisha Sports Bureau