Wrestling

ଆଜିଠାରୁ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା ଆରମ୍ଭ

(ଓଡିଶା ସ୍ପୋର୍ଟ): ଆଜି ଠାରୁ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା ଆରମ୍ଭ ହେବ। ସର୍ବଭାରତୀୟ କୁସ୍ତି ମହାସ˚ଘ ଓ ଓଡ଼ିଶା କୁସ୍ତି ସ˚ଘର ମିଳିତ ଆନୁକୂଲ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଦୀର୍ଘ ୨୨ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ସବୁ ଦଳର ଖେଳାଳି ଓ ମ୍ୟାଚ ପରିଚାଳନା ଅଧିକାରୀମାନେ ପହଞ୍ଚିସାରିଛନ୍ତି । ଓଡ଼ିଶା ଦଳ ନିଜ ମାଟିରେ ଭଲ ପ୍ରଦର୍ଶନ କରିବା ପାଇଁ ଜୋରଦାର ଅଭ୍ୟାସ କରିଥିବା ସ˚ଘ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଦଳରେ ବାଳକ ବର୍ଗରେ ଶିବଦେନ୍ଦୁ ସାମଲ, ରାଜୀବ ସୋରେନ, କେଶବ ଚନ୍ଦ୍ର ନାୟକ, ତାପସ ବେହେରା, ଲୋକନାଥ ସୁପକାର, ପ୍ରଶାନ୍ତ କୁମାର, ସାହିଲ ସୁନ୍ଦର ବେହେରା, ଶ୍ୟାମ ର˚ଜନ ପ୍ରଧାନ, ଅରଜିତ ମଲ୍ଲିକ, ଜୟକିଷାନ ପୂଜାପଣ୍ତା ଏବଂ ବାଳିକା ଦଳରେ ଶୁଭଶ୍ରୀ ନାୟକ, ନୀପାଞ୍ଜଳି ମହାରଣା, ସନ୍ତୋଷିନୀ ନାୟକ, ପୂର୍ଣ୍ଣିମା ପରିଡ଼ା, ଦିବ୍ୟଜ୍ୟୋତି ନାୟକ, ସାହିଦା ବେଗମ, ଶିଳ୍ପା ସାହୁ ସାମିଲ ଅଛନ୍ତି ବୋଲି ସୂଚନା ଦିଆଯାଇଛି। ରାଜ୍ୟ ସ˚ଘ ସମ୍ପାଦକ ବିନୋଦ ଦାସ ପଦକ ମିଳିବା ନେଇ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ସ୍ୱର୍ଣ୍ଣ ବିଜେତାଙ୍କୁ ରାଜ୍ୟ ସ˚ଘ ସଭାପତି ରାମଚନ୍ଦ୍ର ପାଢୀ ୫ ଲକ୍ଷ ଓ କଳିଙ୍ଗ ଜିମ୍ନାସିୟମ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି।

Related posts

ବ୍ରିଜଭୂଷଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଚାର କରୁଛି ବିଜେପି

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଦୂତି ଚାନ୍ଦ

ଜାତୀୟ ଚାମ୍ପିୟନଶିପରେ ଖେଳିବେ ନାହିଁ ସୁଶୀଲ

Odisha Sports Bureau