Uncategorized

ବିଶ୍ୱ କ୍ରୀଡ଼ାରେ ପୁଣି ଚମକିବେ କିଟ୍‌ ଛାତ୍ରଛାତ୍ରୀ

ବିଶ୍ୱ କ୍ରୀଡ଼ାରେ ପୁଣି ଚମକିବେ କିଟ୍‌ ଛାତ୍ରଛାତ୍ରୀ । ଦିଲ୍ଲୀରେ ଅନୁଷ୍ଠିତ ଅସୀଚାଳନା ପ୍ରତିଯୋଗିତାରେ ଅଲିମ୍ପିଆନ ଭବାନୀ ଦେବୀ ବାଜିମାତ କରିଛନ୍ତି । ଆସନ୍ତା ବିଶ୍ୱ ଚାମ୍ପିଅନସିପ, ଏସିଆନ ଗେମ୍ସ ଓ ଆସିଆନ ଚାମ୍ପିଅନସିପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପୂବରୁ ଭବାନୀ ଦେବୀ ଟୋକିଓ ଅଲିମ୍ପକରେ ଭାଗ ନେଇଥିଲେ ।

ପରେ ଇଟାଲୀ ଓ ଫ୍ରାନ୍ସରୁ ପ୍ରଶିକ୍ଷଣ ନେଇଛନ୍ତି । ଲଗାତାର ସହଯୋଗ ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭବାନୀଦେବୀ । ସେହିପରି ଅମ୍ଲାନ ବୋରଗୋହିନ ବେଲଜିୟମରେ ଅନୁଷ୍ଠିତ ଫ୍ଲାଣ୍ଡର୍ସ କପ ଆଥଲେଟ୍ସ ମିଟ୍‌୍‌ର ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

୧୦ ଦଶମିକ ୭୦ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିବା ବେଳେ ୨୦୦ ମିଟରରେ ୨୦ ଦଶମିକ ୯୬ ସେକେଣ୍ଡ ନେଇଥିଲେ ଅମ୍ଲାନ । ସଫଳତା ପାଇଁ ଭବାନୀ ଦେବୀ ଓ ଅମ୍ଳାନଙ୍କୁ ଅଭିନନ୍ଦନ ଜଣାଇଛନ୍ତ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।

Related posts

ଫାଇନାଲରେ ଭାରତୀୟ ହକି ଟିମ୍‌

Odisha Sports Bureau

ଆହତ ହେଲେ କର୍ଣ୍ଣାଟକର ଟ୍ରିପଲ ଜମ୍ପର ଅଖିଲେଶ

Olympics 2024: ରୌପ୍ୟ ଜିତିଲେ ନୀରଜ ଚୋପ୍ରା

Odisha Sports Bureau