Cricket

WTCରେ ଗିଲ ନିଶ୍ଚୟ ଭଲ ଖେଳିବେ

ଭାରତୀୟ କ୍ରିକୋଟର ଭବିଷ୍ୟତ କୁହାଯାଉଥିବା ଯୁବ ବ୍ୟାଟର ଶୁଭାମନ ଗିଲ ଚଳିତ ଆଇପିଏଲ ସିଜିନରେ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ଚଳିତ ଆଇପିଲ ସିଜନରେ ୧୦ଟି ଛକା ଓ ୭ଟି ଚୌକା ମାରିଛନ୍ତି । ଏଥିସହ ସେ ଅରେଞ୍ଜ କ୍ୟାପ୍ ତାଲିକାରେ ମଧ୍ୟ ଶୀର୍ଷରେ ଥିଲେ ।ଆଇପିଏଲରେ ଗିଲ ଯେଉଁଭଳି ପ୍ରଦର୍ଶନ ଦେଇଛନ୍ତି, ଚଳିତ ସିଜିନରେ ସେ ଚର୍ଚ୍ଚାର ବିଷୟ ପାଲଟି ଥିଲେ । ୧୦ ବର୍ଷ ପୂର୍ବେ ସଚିନ୍ ତେନ୍ଦୁଲକରଙ୍କ ଉତ୍ତରାଧିକାରୀ ଭାବେ କୋହଲି ଯେଉଁଭଳି ଭାରତୀୟ କ୍ରିକେଟ୍କୁ ଆଗେଇ ନେଇଛନ୍ତି, ସେହିଭଳି ଗିଲ ମଧ୍ୟ ବିରାଟ କୋହଲିଙ୍କ ଉତ୍ତରାଧିକାରୀ ଭାବେ ଭାରତୀୟ କ୍ରିକେଟକୁ ଆଗେଇ ନେବେ ଫ୍ୟାନ୍ସ କହିଛନ୍ତି । ଟ୍ବେଣ୍ଟି-୨୦ରେ ଶୁଭମନଙ୍କ ଦମଦାର ପ୍ରଦର୍ଶନ ଦେଖିସାରିବା ପରେ ଏବେ ଟେଷ୍ଟ ମ୍ୟାଚ୍ରେ ସମସ୍ତଙ୍କ ନଜର ରହିଛି । ତେଣୁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲରେ ସମସ୍ତଙ୍କ ନଜର ଶୁବମନଙ୍କ ଉପରେ ରହିବ।

ତେବେ ଗିଲଙ୍କୁ କହୋଲିଙ୍କ ଦାୟିତ୍ୱ ଗ୍ରହଣ କରିବା କରିବାକୁ ହେଲେ ସାମାନ୍ୟ କଠିନ ହୋଇପାରେ କାରଣ କୋହଲି ୪ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଆସନ୍ତି କିନ୍ତୁ ଗିଲ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଆସନ୍ତି ।ଟେଷ୍ଟରେ ନାଲି ବଲରେ କ୍ରିକେଟ ଖେଳିବା ଖେଳାଳିଙ୍କ ପାଇଁ କଷ୍ଟ ହୋଇଥାଏ । ଓଭାଲର ପିଚ ଏବେ ଏବେ ସାମାନ୍ୟ ସତେଜ ରହିଥିବା ସହ ସେଠାରେ ଆକାଶ ମେଘୁଆ ରହିଛି । ତେଣୁ ବୋଲିଙ୍ଗ ସମୟରେ ବଲ ସାମାନ୍ୟ ହଲଚଲ୍ ହେବା ସ୍ୱାଭାବିକ । ଏଭଳି ସ୍ଥିତିରେ ମିଚେଲ୍ ଷ୍ଟାର୍କ ଓ ଜୋସ୍ ହାଜଲଉଡ୍ଙ୍କୁ ସାମ୍ନା କରିବା ଗିଲଙ୍କ ପାଇଁ ସହଜ ହେବନି।

ଗିଲଙ୍କୁ ନେଇ ପୂର୍ବତନ କ୍ରିକେଟର WV ରମଣ କହିଛନ୍ତି ଯେ, ଟ୍ବେଣ୍ଟି-୨୦ କ୍ରିକେଟ୍ ସହ ଏହି ପିଢୀ ନିଜକୁ ସୁହାଇ ନେଲେଣି। ଗିଲ୍ଙ୍କ କ୍ଷେତ୍ରରେ ସେଭଳି ବଡ଼ ସମସ୍ୟା ହେବନି। ଅଭ୍ୟସ କରିବା ପରେ ଗିଲଙ୍କ ପାଖରେ ଖେଳିବାର ଭଲ ଦକ୍ଷତା ରହିଛି ସେ ନିଶ୍ଚୟ ଭଲ ଖେଳିବେ ତାଙ୍କୁ କିଛି ସମସ୍ୟା ହେବନି । ସେ ଗିଳଙ୍କୁ ନେଇ ଆହୁରି କହିଛନ୍ତି ତାଙ୍କ ପାଖରେ ଆଇପିଏଲର ସଫଳତା ରହିଛି ତାଙ୍କୁ କୌଣସି ସମସ୍ୟା ହେବ ନାହିଁ । କ୍ରିିକେଟ ହେଉଛି ମନସ୍ତାତ୍ତ୍ବିକ ଖେଳ ଏହାକୁ ଜଦି ପଜିଟିଭ ୱେରେ ଖେଳିବେ ତାହାଲେ ସଫଳ ନିଶ୍ଚୟ ପାଇବେ ବୋଲି ରମଣ କରିଛନ୍ତି ।

Related posts

ଆଇସିସି ମହିଳା ବିଶ୍ୱକପ୍ ଟ୍ରଫି ହାତେଇଲା ଅଷ୍ଟ୍ରେଲିଆ, ୭୧ ରନରେ ଇଂଲଣ୍ଡ ପରାସ୍ତ

Odisha Sports Bureau

ସୁପର–୮ରେ ଭାରତକୁ ଝଟକା, ସେମି ରେସ୍ ଜଟିଳ

Odisha Sports Bureau

ସାଇ ସୁଦର୍ଶନଙ୍କ ଦମଦାର ପ୍ରଦର୍ଶନ

Odisha Sports Bureau