Cricket

ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆ

ଇଂଲଣ୍ଡ-: ଇଂଲଣ୍ଡ ବିପକ୍ଷ ବର୍ମିଂହାମ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ହରାଇ ୩୧୦ ରନ କରିଛି । ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ ଶତକ ହାସଲ କରିଛନ୍ତି । ଖେଳ ଶେଷ ସୁଦ୍ଧା ଗିଲ ୧୧୪ ରନ ଓ ରବୀନ୍ଦ୍ର ଜାଡେଜା ୪୧ ରନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ୮୭ ରନ କରିଛନ୍ତି । ତେବେ ଦର୍ଶକଙ୍କୁ ନିରାଶ କରିଛନ୍ତି କେଏଲ ରାହୁଲ ଓ ନୀତିଶ କୁମାର । ରାହୁଲ ୨ ରନ ଓ ନୀତିଶ କୁମାର ୧ ରନ କରି ପାଭିଲିୟନ ଫେରିଛନ୍ତି । ସେହିପରି କରୁଣ ନାୟର ୩୧ ରନ, ଋଷଭ ପନ୍ତ ୨୫ ରନ ସଂଗ୍ରହ କରି ପାଭିଲିୟନ ଫେରିଛନ୍ତି । ଗିଲ୍ ଓ ଜାଡେଜା ମୈଦାନରେ ଥିବାରୁ ଭାରତ ଏକ ବଡ଼ ସ୍କୋର ଆଶା କରୁଛି । ତେଣୁ ଦ୍ୱିତୀୟ ଦିନରେ ଦଳର ସ୍କୋର ୪୦୦ ପାର ହୋଇପାରବଳୀ ଅନୁମାନ କରାଯାଉଛି   ।

Related posts

ରିଷଭଙ୍କ ଫ୍ୟାନକୁ ଝଟକା,WTC ପରେ ଏବେ ଏସିଆ କପ୍ ଓ ବିଶ୍ୱକପରୁ ବାଦ ପଡିଛନ୍ତି

Odisha Sports Bureau

କିଏ ପାଇବ ସୁଯୋଗ , ସଞ୍ଜୁ ସାମସନ ନା ଇଶାନ କିଷନ

Odisha Sports Bureau

ଆନ୍ଧ୍ର ପ୍ରଦେଶ ଠାରୁ ଗୋଟିଏ ଇନିଂସ ଓ ୫୦ ରନ୍‌ରେ ହାରିଲା ଓଡ଼ିଶା

Odisha Sports Bureau