Cricket

ଦ୍ରୁତତମ ୧୫ ହଜାର ରନ୍ ସଂଗ୍ରହରେ ଟପରେ ଅଛନ୍ତି ବିରାଟ, ସାମିଲ ହେଇଛନ୍ତି ଷ୍ଟିଭେନ୍ ସ୍ମିଥ

ଦ୍ରୁତତମ ୧୫ ହଜାର ରନ୍ ସଂଗ୍ରହରେ ଷ୍ଟିଭେନ୍ ସ୍ମିଥଙ୍କ ରେକର୍ଡ । ଟପ୍ ଟେନ୍ ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି ଏହି ଅଷ୍ଟ୍ରେଲିଆ ବ୍ୟାଟର । ଟପ୍ ୧ ରେ କିଙ୍ଗ କୋହଲି ରହିଛନ୍ତି ।ଅନ୍ତର୍ଜାତୀୟ କ୍ରିକେଟ୍ ଦ୍ରୁତତମ ୧୫ ହଜାର ତାଲିକାରେ ଟପରେ ରହିଛନ୍ତି ବିରାଟ କୋହଲି । ବିରାଟ ମାତ୍ର ୩୩୩ ପାରି ୧୫ହଜାର ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ପରେ ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନ୍ ହାସିମ୍ ଅମ୍ଲା ରହିଛନ୍ତି । ସେ ୩୩୬ଟି ପାରି ଖେଳି ୧୫ ହଜାର ରନ୍ ସଂଗ୍ରହ କରିଛନ୍ତି। ତାଲିକାର ୩ୟ ସ୍ଥାନରେ ରହିଛନ୍ତି ଭିଭିଆନ୍ ରିଚାର୍ଡସ । ସେ ୩୪୪ଟି ପାରି ଖେଳି ୧୫ ହଜାର ରନ୍ ସଂଗ୍ରହ କରିଥିଲେ । ଭିଭିଆନଙ୍କ ପରେ ରହିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର ମ୍ୟାଥୁ ହେଡେନ୍ । ସେ ୩୪୭ଟି ପାରି ଖେଳି ୧୫ ହଜାର ରନ୍ ସଂଗ୍ରହ କରିଛନ୍ତି ।

ସେହିପରି ୫ମ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ୍ କେନ୍ ଓ୍ୱିଲିୟମସନ୍ । ସେ ୩୪୮ଟି ପାରି ଖେଲି ୧୫ ହଜାର ରନ୍ ସଂଗ୍ରହ କରିଛନ୍ତି । ଏହାପରେ ୬ଷ୍ଠ ସ୍ଥାନରେ ରହିଛନ୍ତି ଜୋ ରୁଟ୍ । ୩୫୦ଟି ପାରି ଖେଳି ରୁଟ୍ ୧୫ ହଜାର ରନ୍ ସଂଗ୍ରହ କରିଥିବା ବେଳେ ଷ୍ଟିଭ୍ ସ୍ମିଥ୍ ୭ମ ସ୍ଥାନରେ ରହିଛନ୍ତି । ୩୫୧ଟି ପାରି ଖେଳି ସ୍ମିଥ୍ ୧୫ ହଜାର ରନ୍ ସଂଗ୍ରହ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସେସ ସିରିଜ୍ର ଏବେ ୨ୟ ଟେଷ୍ଟ ମ୍ୟାଚ୍ ଚାଲିଛି । ଏଥିରେ ଷ୍ଟିଭ୍ ସ୍ମିଥ୍ ୧୪୯ଟି ବଲ୍ରେ ୮୫ ରନ୍ ସଂଗ୍ରହ କରିଛନ୍ତି । ଯାହାର ସହାୟତାରେ ସେ ଏହି ତାଲିକାରେ ଉପରକୁ ଉଠିଛନ୍ତି ।

Related posts

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ

Odisha Sports Bureau

ଭିଭିଏସ୍ ଲକ୍ଷ୍ମଣ ୧୮ ବର୍ଷ ପରେ ଖୋଲିଲେ ରହସ୍ୟ, କଲିକତାର ୨୮୧ ରନ୍ କୁ ନୁହେଁ ଏହି ପାରିକୁ କହିଥିଲେ ମୁଖ୍ୟ

Odisha Sports Bureau

ପ୍ଲେ ଅଫ୍‌ ରେସ୍‌ରୁ ଚେନ୍ନାଇ ସୁପରକିଙ୍ଗ୍ସ ଆଉଟ୍‌