Cricket

ବିଶ୍ୱକପରୁ ବାଦ ପଡ଼ିଲା ୱେଷ୍ଟଇଣ୍ଡିଜ

ବିଶ୍ୱକପ୍ ଇତିହାସରେ ପ୍ରଥମ । ୨୦୨୩ ବିଶ୍ୱକପ୍ ପୂର୍ବରୁ ୨ଥରର ବିଶ୍ୱ ଚମ୍ପିଆନ ୱେଷ୍ଟଇଣ୍ଡିଜ୍ ଟିମକୁ ବଡ ଝଟକା ଲାଗିଛି । ୨୦୨୩ ବିଶ୍ୱକପରୁ ବିଦା ହୋଇଛି ୱେଷ୍ଟଇଣ୍ଡିଜ୍ ଟିମ୍ । ଯୋଗ୍ୟତା ପର୍ୟ୍ୟାୟରେ ସ୍କଟଲ୍ୟାଣ୍ଡ ଠାରୁ ହାରି ବିଶ୍ୱକପ୍ ମୁଖ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି ୱେଷ୍ଟଇଣ୍ଡିଜ୍ ।

ଜିମ୍ବାୱେରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍ ୨୦୨୩ କ୍ୱାଲିଫାୟର ମ୍ୟାଚରେ ସୁପରସିକ୍ସ ରାଉଣ୍ଡରେ ସ୍କଟଲ୍ୟାଣ୍ଡ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି । ଏହା ପ୍ରଥମଥର ଅଟେ ଯେବେ ଦଳ ବିଶ୍ୱକପରେ ଖେଳିବ ନାହିଁ । ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ସ୍କଟଲ୍ୟାଣ୍ଡକୁ ୧୮୨ ରନର ଟାର୍ଗେଟ ଦେଇଥିଲା । ଜବାବରେ ୩୯ଟି ବଲ ବାକି ଥାଇ ସ୍କଟଲ୍ୟାଣ୍ଡ ବିଜୟ ହାସଲ କରିଛି । ଏହି ପରାଜୟ ସହ ୱେଷ୍ଟଇଣ୍ଡିଜ୍ ଦଳ ଚଳିତ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ରୁ ବାଦ ପଡ଼ିଛି ।

ଯେତେବେଳେ କ୍ରିକେଟର ଦିନିକିଆ ବିଶ୍ୱକପ୍ ଆରମ୍ଭ ହେଲା ସେତେବେଳେ ୱେଷ୍ଟଇଣ୍ଡିଜ୍ ସବୁଠାରୁ ଘାତକ ଦଳ ଭାବେ ଉଭା ହୋଇଥିଲା। ବିଶ୍ୱ କ୍ରିକେଟରେ ପାଖାପାଖି ୩୦ ବର୍ଷ ରାଜ କରିଥିବା ୱେଷ୍ଟଇଣ୍ଡିଜ ଟିମ୍ ୨ ଥର ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା । ୧୯୭୫ ଓ ୧୯୭୯ରେ ଦଳ କ୍ରମାଗତ ଦୁଇ ଥର ବିଶ୍ୱକପ ଜିତି ପୂରା ବିଶ୍ୱକୁ ନିଜର ଦବଦବା ଦେଖାଇଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବାକୁ ସେତେବେଳେ ଅନେକ ଦଳ ଡରୁ ଥିଲେ। ହେଲେ ଦୁଇ ଥରର ବିଶ୍ୱ ବିଜେତା ଏବେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି। କ୍ରିକେଟକୁ ନୂଆ କରି ଆସିଥିବା ଦଳଗୁଡ଼ିକ ୱେଷ୍ଟଇଣ୍ଡିଜକୁ ମାତ ଦେବାରେ ସକ୍ଷମ ହେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ଦିନିକିଆ ବିଶ୍ୱକପର ୪୮ ବର୍ଷ ଇତିହାସ ମଧ୍ୟରେ ପ୍ରଥମଥର ପାଇଁ ୱେଷ୍ଟଇଣ୍ଡିଜକୁ ବିପର୍ୟ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି।

Related posts

ଫ୧୯ରେ ହେବ ଖେଳାଳି ନିଲାମ

Odisha Sports Bureau

ଅଷ୍ଟ୍ରେଲିଆ ତୃତୀୟ ଟି-୨୦ ମ୍ୟାଚ୍ ପାଇଁ ଡକାଇଲା ସବୁଠାରୁ ଖତରନାକ୍ ବୋଲର୍

Odisha Sports Bureau

ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ

Odisha Sports Bureau