Cricket

ଇତିହାସ ରଚିଲେ ବାମହାତୀ କ୍ରିକେଟର୍‌ ଯଶସ୍ବୀ ଜୈଶୱାଲ୍

ନୂଆଦିଲ୍ଲୀ: ଚୀନରେ ହୋଇଥିବା ଏସୀୟ କ୍ରୀଡ଼ା-୨୦୨୩ର ଟିମ୍‌ ଇଣ୍ଡିଆର ଓପେନିଂ ମ୍ୟାଚ୍‌ରେ ମଙ୍ଗଳବାର ନେପାଳ ବିପକ୍ଷରେ ଖେଳି ଇତିହାସ ସୃଷ୍ଟି କରିଛନ୍ତି ଭରତୀୟ କ୍ରିକେଟ୍‌ର ଯଶସ୍ବୀ ଜୈଶୱାଲ୍। ଏହି ୨୧ ବର୍ଷୀୟ ବାମହାତୀ କ୍ରିକେଟର୍‌ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଶତକ ହାସଲ କରିବାରେ ହେଉଛନ୍ତି ସବୁଠାରୁ କନିଷ୍ଠ।
ରାଜସ୍ଥାନ ରୟାଲ୍‌ସର ଏହି ଉଦୀୟମାନ୍‌ ବ୍ୟ‌ାଟ୍ସମ୍ୟାନ୍‌ ଗତ ଅଗଷ୍ଟ ମାସରେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ଭାରତ ପାଇଁ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ।‌ ସେ ଏସୀୟ କ୍ରୀଡ଼ା-୨୦୨୩ର ପ୍ରଥମ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ମାତ୍ର ୪୮ ବଲ୍‌ରେ ଶତକ ହାସଲ କରି ରେକର୍ଡ କରିଛନ୍ତି।

Related posts

ଟି-୨୦ ବିଶ୍ୱକପ୍: ଜୁନ୍ ୪ରୁ ଆରମ୍ଭ, ଭାଗ ନେବେ ୨୦ ଦଳ

ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଭାରତ ଆସିବେ ପାକିସ୍ତାନର ପ୍ରତିନିଧି

Odisha Sports Bureau

ମହିଳା ଟି- ୨୦ ବିଶ୍ୱକପ୍ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ଭାରତ

Odisha Sports Bureau