Cricket

ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଭାରତ ଆସିବେ ପାକିସ୍ତାନର ପ୍ରତିନିଧି

ନୂଆଦିଲ୍ଲୀ : ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ପାକିସ୍ତାନର ଏକ ପ୍ରତିନିଧି ଦଳ ଭାରତକୁ ଆସିବ। ପାକିସ୍ତାନ ଖେଳିବାକୁ ଥିବା ଷ୍ଟାଡିୟମ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପରେ ଏହାର ଦଳକୁ ଭାରତରେ ଖେଳିବା ପାଇଁ ଅନୁମତି ପାଇଁ ସୁପାରିସ କରିବ।

ପାକିସ୍ତାନ କ୍ରିକେଟ୍‌ ବୋର୍ଡର ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ କେବେ ଉକ୍ତ ସୁରକ୍ଷା ପ୍ରତିନିଧି ଦଳ ଭାରତ ଆସିବା ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିବ ବୋଲି କ୍ରୀଡ଼ା ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଏହି ପ୍ରତିନିଧି ଦଳ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା ଓ ଅହମଦାବାଦ ଯାଇ ସ୍ଥିତି ସମୀକ୍ଷା କରିବ।

Related posts

ଇଂଲଣ୍ଡ କ୍ରିକେଟ୍ ବୋର୍ଡର ବଡ ନିଷ୍ପତ୍ତି; ପୁରୁଷ ଖେଳାଳିଙ୍କ ପରି ମହିଳା ଖେଳାଳିମାନେ ମଧ୍ୟ ପାଇବେ ସମାନ ମ୍ୟାଚ୍ ଫି

Odisha Sports Bureau

IPL ସହ ଫେରିଲା କୋରୋନା; ଜଣେ ପଜିଟିଭ

Odisha Sports Bureau

ନୂଆ ଯୁଗର ଷ୍ଟମ୍ପ କ୍ରିକେଟରେ ପ୍ରବେଶ; ଅଷ୍ଟ୍ରେଲିଆର ଟି -୨୦ ଲିଗ୍ ‘ବିଗ୍ ବାସ୍ ଲିଗ୍’ରେ ଦେଖିବାକୁ ମିଳିଛି ଏହି ନୂତନ ଷ୍ଟମ୍ପ

Odisha Sports Bureau