Cricket

ବାଂଲାଦେଶ ଟୁର ପାଇଁ ବିସିସିଆଇର ଟିମ୍ ଘୋଷଣା, ବାଦ ପଡ଼ିଛନ୍ତି ଷ୍ଟାର ଖେଳାଳି

ବାଂଲାଦେଶ ଟୁର ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ୍ ଘୋଷଣା ହୋଇସାରିଛି । ବାଂଲାଦେଶ ବିପକ୍ଷରେ ଟିମ୍ ୩ଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳିବ । ୯ ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜର ସମସ୍ତ ମ୍ୟାଚ୍ ମିରପୁରର ଶେର ଏ ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଟିମରେ ରେଣୁକା ସିଂ, ରିଚା ଘୋଷ, ଅଲରାଉଣ୍ଡର ଶିଖା ପାଣ୍ଡେ ଏବଂ ରାଜେଶ୍ୱରୀ ଗାୟକଓ୍ଵାଡଙ୍କୁ ସ୍ଥାନ ମିଳିନାହିଁ । ତେବେ ଟିମରେ ଏମାନଙ୍କୁ ସ୍ଥାନ ନମିଳିବା ନେଇ ବିସିସିଆଇ ଦ୍ୱାରା କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ ।

ବାଂଲାଦେଶ ଟୁର ପାଇଁ ବିସିସିଆଇ ମହିଳା କ୍ରିକେଟ ଟିମରେ ପରିବର୍ତ୍ତନ କରିଛି । ରିଚା ଘୋଷଙ୍କ ସ୍ଥାନରେ ଉମା ଛେତ୍ରୀଙ୍କୁ ସ୍ଥାନ ମିଳିଛି । କେରଳର ଅଲରାଉଣ୍ଡର ମିନ୍ନୁ ମଣି, ଅନୁଷା ବରେଡ୍ଡୀ, ରାଶି କନୋଜିୟାଙ୍କୁ ମଧ୍ୟ ଟି୨୦ ଏବଂ ଦିନିକିଆ ପାଇଁ ସ୍ଥାନ ମିଳିଛି । ଟିମର ଅଧିନାୟକ ଦାୟିତ୍ୱ ହରମନପ୍ରୀତ କୌରଙ୍କୁ ମିଳିଥିବା ବେଳେ ଉପ ଅଧିନାୟକ ଦାୟିତ୍ୱ ସ୍ମୃତି ମନ୍ଧାନାଙ୍କୁ ମିଳିଛି ।

Related posts

ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ମୁହଁ ଖୋଲିଲେ ରୋହିତ ଶର୍ମା

Odisha Sports Bureau

ଏହି କ୍ରିକେଟର କରିବେ ଦ୍ୱିତୀୟ ବିବାହ

Odisha Sports Bureau

ବାଧକ ସାଜିଲା ବର୍ଷା, ଆଜି ଖେଳାଯିବ ଆଇପିଏଲ୍ ଫାଇନାଲ୍

Odisha Sports Bureau