Cricket

୨୦୨୫ ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ୟୁଏଇରେ ହେବାକୁ ଥିବା ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ମଙ୍ଗଳବାର ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତିରେ ଦଳ ଘୋଷଣା କରିଛନ୍ତି । ସୂର୍ଯ୍ୟକୁମାର ଅଧିନାୟକ ପଦ ବଜାୟ ରଖିଥିବା ବେଳେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଶ୍ରେୟାଶ ଆୟାର ଓ ଯଶସ୍ୱୀ ଜୈସୱାଲଙ୍କୁ ସୁଯୋଗ ମିଳିନି । ଅପରପକ୍ଷରେ ରିଙ୍କୁ ସିଂ ଆଇପିଏଲରେ ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ଚୟନ କମିଟି ତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି । ସେହିପରି ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାହଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ନିରନ୍ତର ଚମତ୍କାର ପ୍ରଦର୍ଶନ କରୁଥିବା ଶ୍ରେୟସ ଆୟରଙ୍କୁ ଏବଂ ମହମ୍ମଦ ସିରାଜଙ୍କୁ ଦଳରେ ସ୍ଥାନ ମିଳିନାହିଁ ।

୨୦୨୫ ଏସିଆ କପ ପାଇଁ ଭାରତୀୟ ଦଳ ହେଉଛି – ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଳକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ଉଇକେଟ୍‌ କିପର), ଜସପ୍ରୀତ ବୁମ୍‌ରା, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, କୁଳଦୀପ ଯାଦବ, ସଞ୍ଜୁ ସାମସନ (ଉଇକେଟ୍‌ କିପର) ଏବଂ ହର୍ଷିତ ରାଣା, ରିଙ୍କୁ ସିଂ।

Related posts

ଆଇସିସିର ନୂଆ ବିତ୍ତୀୟ ମଡେଲ: ବିସିସିଆଇର ବାର୍ଷିକ ଆୟ ହେବ ୨୩୦ ମିଲିଅନ୍ ଡଲାର

ବିଶ୍ୱକପ ଫାଇନାଲ ମ୍ୟାଚ ପୂର୍ବରୁ ବାୟୁସେନା କରିବ ଏୟାର ଶୋ’ ୧୦ ମିନିଓ ଦେଖାଇବ ଜଲୱା

Odisha Sports Bureau

ଟି-୨୦ ଫର୍ମାଟ୍ ରେ ପରିବର୍ତ୍ତନ, ଆସିଲା ନୂଆ ନିୟମ

Odisha Sports Bureau