Cricket

ବିଶ୍ୱକପ ଫାଇନାଲ ମ୍ୟାଚ ପୂର୍ବରୁ ବାୟୁସେନା କରିବ ଏୟାର ଶୋ’ ୧୦ ମିନିଓ ଦେଖାଇବ ଜଲୱା

କ୍ରିକେଟ ବିଶ୍ୱକପ ପାଇଁ ରବିବାର ହେବ ମୁକାବିଲା । ଏହି ସମୟରେ ପ୍ରଦର୍ଶିତ ହେବ ଭାରତୀୟ ବାୟୁସେନା ସୂର୍ଯ୍ୟକିରଣ ଏୟାର ଶୋ’ କରିବେ । ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତି ଯୋରଦାର ।ଅହମ୍ମଦବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ । ପୂର୍ବରୁ ମୋଟେରାରେ ଏହି ଦଳ ୧୦ ମିନିଟ୍ ଧରି ଏୟାର ଶୋ’ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିବେ। ଏଥିପାଇଁ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଅଭ୍ୟାସ କରାଯିବ। ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ୯ଟି ଏୟାରକ୍ରାଫ୍ଟ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଛନ୍ତି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୧୯ରେ କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୩ର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।ମିଡିଆ ରିପୋର୍ଟ ମୁତାବକ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଷ୍ଟାଡିୟମ୍‌ରେ ଉପସ୍ଥିତ ରହି ଭାରତୀୟ ଟିମ୍‌ର ମନୋବଳ ବଢ଼ାଇବେ। ଏହା ବ୍ୟତୀତ ବିଶ୍ୱକପ୍‌ ଫାଇନାଲ ଦିନ ଏକ ଭବ୍ୟ ଉଦ୍‌ଯାପନୀ ଉତ୍ସବର ଆୟୋଜନ କରାଯିବ। ଖବର ଅନୁସାରେ, ଏହି ସମାରୋହରେ ଅନେକ ବଲିଉଡ୍‌ ଷ୍ଟାର୍‌ ନିଜର ଜଲଓ୍ଵା ଦେଖାଇବେ।

Related posts

୨୦୨୫ ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

ବିଶ୍ୱକପ ପାଇଁ ଦଳ ଘୋଷଣା କଲା ପାକିସ୍ତାନ

Odisha Sports Bureau

ନିର୍ଣ୍ଣାୟକ ମୁକାବିଲା: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

Odisha Sports Bureau