Cricket

୨୦ ବର୍ଷ ତଳର ବଦଲା ନେବ ଭାରତ; ଅଷ୍ଟ୍ରେଲିଆକୁ ଦେବ ମୁହଁତୋଡ ଜବାବ

ନୂଆଦିଲ୍ଲୀ  : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଅଷ୍ଟମ ସଂସ୍କରଣ-୨୦୨୩ର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ପୂର୍ବରୁ ଜୋହାନର୍ସବର୍ଗର ୱାଣ୍ଡରସ ଷ୍ଟାଡ଼ିୟମରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ୧୨୫ରନରେ ଭାରତକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ବକପ ଜିତିଥିଲା। ଭାରତର ଦ୍ବିତୀୟଥର ବିଶ୍ବକପ ଟ୍ରଫି ଜିତିବାର ସ୍ବପ୍ନକୁ ରିକି ପଣ୍ଟିଂଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ଅଧୁରା ରଖିଥିଲା। ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ବିଶ୍ବ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ ୨୦୨୩ ବିଶ୍ବକପର ଫାଇନାଲରେ ମୁହାଁ ମୁହିଁ ହେବାକୁ ଯାଉଛନ୍ତି। ଏଥର କିନ୍ତୁ ଭିନ୍ନ ସ୍ଥିତି ରହିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ୧୯ରେ ଖେଳାଯିବାକୁ ଥିବା ଏହି ମହା ମୁକାବିଲାକୁ ନେଇ ଉତ୍କଣ୍ଠା ଓ ରୋମାଞ୍ଚ ବଢିଛି। ରୋହିତ ଶର୍ମାଙ୍କ ନେତୃ୍ତ୍ବାଧିନ ଭାରତ ଚଳିତ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରୁଛି। ଦଳ କ୍ରମାଗତ ୧୦ଟି ବିଜୟ ସହ ଅପରାଜୟ ଭାବେ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହେବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଦଳ କ୍ରମାଗତ ୮ଟି ବିଜୟ ସହ ଫାଇନାଲରେ ପହଞ୍ଚିଛି। ଏବେ ଅପେକ୍ଷା ୧୯କୁ। ଭାରତ ୨୦ ବର୍ଷ ତଳର ପ୍ରତିଶୋଧ ନେଉଛିକି ଅଷ୍ଟ୍ରେଲିଆ ୬ଷ୍ଠ ଥର ବିଶ୍ବକପ ଟ୍ରଫି ଜିତୁଛି ; ଏବେ କେବଳ ୧୯କୁ ଅପେକ୍ଷା।

Related posts

୧୬ ବଲରେ ୭୪ ରନ୍ କଲେ ମହମ୍ମଦ ଶାହଜାନ

Odisha Sports Bureau

ଆଇସିସି ଟି-୨୦ ବୋଲର ର଼୍ୟାଙ୍କିଙ୍ଗରେ କୁଲଦୀପ ଦ୍ୱିତୀୟ

Odisha Sports Bureau

ଆଇସିସି ମହିଳା ବିଶ୍ୱକପ୍ ଟ୍ରଫି ହାତେଇଲା ଅଷ୍ଟ୍ରେଲିଆ, ୭୧ ରନରେ ଇଂଲଣ୍ଡ ପରାସ୍ତ

Odisha Sports Bureau