Cricket

ଟିମ୍ ରେ ଧୋନିଙ୍କ ଯୋଗଦାନକୁ ନେଇ କପିିଲ ଦେବ କହିଥିଲେ କିଛି ଏପରି କଥା

(ରିପୋର୍ଟସ ଟୁଡେ): ସୋମବାର ଦିନ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ କପିଲ ଦେବ କହିଥିଲେ ଏମ୍ ଏସ୍ ଧୋନି ବହୁତ ଭଲ କାମ କରିଛନ୍ତି ଏବଂ ଲୋକ ତାଙ୍କଠାରୁ ଭୁୁଲ ଆଶା କରୁଛନ୍ତି । କପିଲ ଦେବ ଗଣମାଧ୍ୟମକୁ କହିଥିଲେ, ‘ମୋ ଜିନ୍ତାଧାରା ଅନୁସାରେ ଲୋକମାନେ ଧୋନିଙ୍କ ଠାରୁୁ ଏହି ଆଶା ରଖୁଛନ୍ତି କି ଧୋନି ୨୦ ବର୍ଷର ବ୍ୟାଷ୍ଟ୍ ମ୍ୟାନ୍ ପରି ଖେଳନ୍ତୁ । ଧୋନି ଯାହା ବି କରିଛନ୍ତି, ତାହା ବହୁତ ଭଲ ଅଟେ । କିନ୍ତୁ ମୋତେ ଲାଗୁଛି କି ଆମେ ଆଶା କରୁୁଛେ ଧୋନି ସେହିଭଳି ଖେଳନ୍ତୁ, ଯେପରି ୨୦ ବା ୨୫ ବର୍ଷ ବୟସରେ ଖେଳୁଥିଲେ, ଯାହା କେବେ ହୋଇପାରିବ ନାହିଁ । କପିଲ ଆହୁୁୁରି ମଧ୍ୟ କହିଥିଲେ, ‘ଧୋନିଙ୍କ ପାଖରେ ଅନୁଭବ ଅଛି । ଯଦି ସେ ନିଜର ଅନୁଭବରେ ଟିମ୍ କୁ ସାହାଯ୍ୟ କରୁଛନ୍ତି ତେବେ ତାହା ଭଲ କଥା । କିନ୍ତୁ ସମସ୍ତଙ୍କୁ ବୁଝିବାକୁ ପଡିବ କି ମାହି ଏବେ ୨୦ ବର୍ଷର ନୁୁହଁନ୍ତି, କି ସେ ଆଉଥରେ ୨୦ ବର୍ଷର ହୋଇପାରିବେ ନାହିଁ । ଏଥିପାଇଁ ସେ ଯାହା ବି କରୁଛନ୍ତି, ଯଦି ସେ ନିଜକୁ ଉପଲବ୍ଧ କରୁଛନ୍ତି ଏବଂ ଭଲ ଖେଳୁଛନ୍ତି ଟିମ୍ ପାଇଁ ଏହା ବଡ ସମ୍ପତି ଅଟେ । ତାଙ୍କର ଫିଟନେସ୍ ମହତ୍ୱପୂର୍ଣ୍ଣ ଅଟେ ଏବଂ ମୁଁ ପ୍ରାର୍ଥନା କରୁଛି ସେ ଅଧିକରୁ ଅଧିକ ମ୍ୟାଚ୍ ଖେଳନ୍ତୁ ।’

ଧୋନି ଏବେ ବ୍ରେକରେ ଅଛନ୍ତି । ସେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୱାନ୍-ଡେ ସିରିଜ୍ ଖେଳିବାର ଦେଖାଦେବେ । ଧୋନି ଏବେ କିଛି ସମୟ ହେଲା ଖରାପ ପ୍ରଦର୍ଶନ ଯୋଗୁୁଁ ଆଲୋଚକଙ୍କ ନଜରରେ ରହିଛନ୍ତି । ତାଙ୍କୁ ଟିମ୍ ରୁ ବାହାର କରି ନୂତନ ଯୁବକମାନଙ୍କୁ ସୁଯୋଗ ଦେବା କଥା ଯୋର ଧରିଛି । ପୂର୍ବ ବିଶ୍ୱ ବିଜେତା କ୍ୟାପଟେନ୍ କପିଲ ଦେବଙ୍କ କଥା ଧୋନିଙ୍କ ଫେନ୍ସ୍୍ଙ୍କୁ ନିଶ୍ଚିତ ଖୁସି ମିଳିବ । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କ’ଣ ଟିମ୍ ଇଣ୍ଡିଆକୁ କୋଚିଙ୍ଗ୍ ଦେବାକୁ ରବି ଶାତ୍ରୀ ଆଦର୍ଶ ବ୍ୟକ୍ତି ଅଟନ୍ତି ? ଏହା ଉପରେ ପୂର୍ବ ତନ କ୍ୟାପଟେନ୍ କହିଥିଲେ, ‘ଯଦି କ୍ୟାପଟେନ୍ ଏବଂ ଟିମ୍ ଖୁୁସି ଅଛନ୍ତି ତେବେ ଆମେ କାହିଁକି କାହା ଉପରେ ପ୍ରଶ୍ନ ଉୁଠାଇବା ? ମୋତେ ସେହି ପ୍ରଶ୍ନର ଉତ୍ତର ଦେବାକୁ ଠିକ୍ ଲାଗେ ନାହିଁ, ଯାହା ସେହି ସମ୍ବନ୍ଧର ନ ହୋଇଥିବ । ମୋତେ ଜବାବ୍ ଦେବା ଏଥିପାଇଁ ବି ପସନ୍ଦ ନୁହେଁ କାରଣ ମୋତେ ଜଣା ନଥ୍ଧଶ କି କ’ଣ ହେଉଛି । ଯଦି ଟିମ୍ ଖୁୁସି ଅଛି ଏବଂ ଭଲ ପ୍ରଦର୍ଶନ କରୁଛି ତେବେ ତାଙ୍କୁୁ ଶୁୁଭକାମନା ଦେଇଥାଏ ।’

Related posts

ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଚୟନ

Odisha Sports Bureau

ଭାରତକୁ ହରାଇବାକୁ ଦକ୍ଷିଣ ଆଫ୍ରିକାର ରଣନୀତି, ବ୍ୟାଟିଂ କୋଚ ହେଲେ କ୍ଲୁଜନର

Odisha Sports Bureau

ଟି-୨୦ ବିଶ୍ୱକପ୍ ୨୦୨୬: କଲମ୍ବୋ ମୁକାବିଲା ପୂର୍ବରୁ ସଲମାନ ଅଲି ଆଗାଙ୍କ ବଡ଼ ବୟାନ

Odisha Sports Bureau