Cricket

ନ୍ୟୁଜିଲାଣ୍ଡରେ ସଚିନଙ୍କ ରେକର୍ଡ଼ ଭାଙ୍ଗିବାର ସୁଯୋଗ

(ଓଡିଶା ସ୍ପୋର୍ଟ): ଭାରତୀୟ କ୍ରିକେଟ୍ ଦଳର ପୂବର୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳି ଧୋନୀ କେବଳ ଅର୍ଦ୍ଧଶତକ ହାସଲ କରିନାହାନ୍ତି ବରଂ ଦୁଇଟି ମ୍ୟାଚ୍ ବିଜୟୀ ଇନିଂସ ଖେଳି ଦଳକୁ ଜିତାଇବା ସହ ମ୍ୟାନ୍ ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି। ଏବେ ବୁଧବାରଠୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳିବାକୁ ଧୋନୀ ପ୍ରସ୍ତୁତ। ନ୍ୟୁଜିଲାଣ୍ଡରେ ତାଙ୍କ ପାଇଁ ଆଉ ଏକ ରେକର୍ଡ଼ ସୁଯୋଗ ରହିଛି। ନ୍ୟୁଜିଲାଣ୍ଡରେ ସର୍ବାଧିକ ରନ୍ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଧୋନି ସଂପ୍ରତି ତୃତୀୟ ସ୍ଥାନରେ ରହିଛନ୍ତି। ସଚିନ ତେନ୍ଦୁଲକର ୧୮ ମ୍ୟାଚ୍ ଖେଳି ୬୫୨ ରନ୍ କରିବା ସହ ପ୍ରଥମ ସ୍ଥାନରେ ରହିଛନ୍ତି। ୧୨ ମ୍ୟାଚ୍ରୁ ୫୯୮ ରନ୍ କରି ବୀରେନ୍ଦ୍ର ସେହବାଗ ଦ୍ବିତୀୟ ସ୍ଥାନରେ ଥିଲା ବେଳେ ଧୋନି ୪୫୫ ରନ୍ ସହ ତୃତୀୟରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ଟିକିଆ ଶୃଙ୍ଖଳାରେ ସେ ଆବଶ୍ୟକ ରନ୍ ସଂଗ୍ରହ କରି ପାରିଲେ ନ୍ୟୁଜିଲାଣ୍ଡ ମାଟିରେ ସର୍ବାଧିକ ଦିନିକିଆ ରନ୍ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ଅର୍ଜନ କରିବେ। ଏବେ ଧୋନୀ ଫର୍ମକୁ ଫେରିଛନ୍ତି ଏବଂ ପ୍ରଶଂସକ ଆଶା ରଖିଛନ୍ତି ଯେ ଧୋନୀ ନ୍ୟୁଜିଲାଣ୍ଡ ଗସ୍ତରେ ମଧ୍ୟ ଦମଦାର ବ୍ୟାଟିଂ କରିବେ।

Related posts

୨୦୧୯ ଆଇପିଏଲ ଖେଳାଳି ନିଲାମ

Odisha Sports Bureau

ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ସହ ଖେଳିବ ନାହିଁ ପାକିସ୍ତାନ, ଫେବୃଆରୀ ୧୫ ମ୍ୟାଚ୍ ବର୍ଜନ

Odisha Sports Bureau

ଚେନ୍ନାଇ ଏବଂ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯିବ, କଡ଼ାକଡ଼ି ହେବ ପ୍ରତିଯୋଗିତା

Odisha Sports Bureau