Hockey

ହକି ଇଣ୍ଡିଆ ଲିଗର ନୂଆ ଅବତାର

ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ ଏଥର ନୂଆ ଅବତାର ସହିତ ଫେରିବାକୁ ଯାଉଛି। ଅଳନ୍ତର୍ଜାତୀୟ ହକି ମହାସଂଘ ଏଥି ପାଇଁ ୱିଣ୍ଡୋ ନିର୍ଧାରଣ କରିନଥିଲେ ମଧ୍ୟ ହକି ଇଣ୍ଡିଆ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପରେ କିମ୍ବା ୨୦୨୫ ପ୍ରାରମ୍ଭରୁ ଏହି ଲିଗକୁ ପୁନଃ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଆର୍ଥିକ ପ୍ରସଙ୍ଗ ଏବଂ ଦଳୀୟ ମାଲିକଙ୍କ ଅସହଯୋଗ କାରଣରୁ ୨୦୧୭ ମସିହାରୁ ଏଚଆଇଏଲ ବନ୍ଦ ରହିଛି। କିଂବଦନ୍ତି ଖେଳାଳି ଡକ୍ଟର ଦିଲୀପ ତିର୍କି ହକି ଇଣ୍ଡିଆ ସଭାପତି ହେବା ପରଠାରୁ ଏହି ଲିଗକୁ ପୁନର୍ଜୀବିତ କରିବା ଲାଗି ପ୍ରଚେଷ୍ଟା କରି ଆସିଛନ୍ତି। ଏଚଆଇଏଲ ମାଧ୍ୟମରେ ଯୁବ ଖେଳାଳିମାନଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ଲାଟଫର୍ମ ଯୋଗାଇବାକୁ ଡକ୍ଟର ତିର୍କି ଆଶା ରଖିଛନ୍ତି।

ହକି ଇଣ୍ଡିଆର ଯୋଜନା ଅନୁସାରେ ଏଚଆଇଏଲର ନୂଆ ସଂସ୍କରଣରେ ପ୍ରଥମ ଥର ପାଇଁ ମହିଳା ବର୍ଗ ସାମିଲ ହେବ। ପୁରୁଷ ବିଭାଗରେ ୮ ଏବଂ ମହିଳା ବିଭାଗରେ ୪ ଦଳ ଅଂଶଗ୍ରହଣ କରିବେ। ବିଗ୍ ବ୍ୟାଙ୍ଗ୍ ମେଡିଆ ଭେଞ୍ଚର୍ସ ଏହାର ବ୍ୟାବସାୟିକ ଓ ବିପଣନ ଅଂଶୀଦାର ଭାବେ କାର୍ୟ୍ୟ କରିବ। ଏ ଦିଗରେ ସମସ୍ତ ଔପଚାରିକତା ଶେଷ ହୋଇଛି ଏବଂ ଅନ୍ୟ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ହେଉଛି। ଜୁଲାଇ ୫ ତାରିଖରେ ସମସ୍ତ ସମ୍ପୃକ୍ତ ସଂସ୍ଥାକୁ ନେଇ ଏକ ବୈଠକ ମଧ୍ୟ ବସୁଛି। ୨୦୧୩ରେ ୬ ଦଳକୁ ନେଇ ଆରମ୍ଭ ହୋଇଥିବା ହକି ଇଣ୍ଡିଆ ଲିଗର ଶେଷ ସଂସ୍କରଣ ୨୦୧୭ରେ କଳିଙ୍ଗ ଲାନସର୍ସ ବିଜେତା ହୋଇଥିଲା।

Related posts

୧୫୦ ତମ ମ୍ୟାଚ ଖେଳି ରେକର୍ଡ଼ କଲେ ଓଡ଼ିଆ ଝିଅ ଲିଲିମା

Odisha Sports Bureau

ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟ

Odisha Sports Bureau

ବୀରେନ୍ଦ୍ର ଲାକ୍ରା ହେଲେ ପୁରୁଷ ହକି ଟିମର ଅଧିନାୟକ