Badminton

କମନୱେଲଥ ଗେମରୁ ବାଦ ପଡିଲେ ପିଭି ସିନ୍ଦୁ

କମନୱେଲଥ ଗେମରୁ ବଦ ପଡିଛନ୍ତି ପିଭି ସିନ୍ଧୁ । ଅନ୍ୟପଟେ କମନୱେଲଥ୍ ଗେମ୍ସର ଚମ୍ପିଆନ ଲକ୍ଷ ସେନ କାନାଡ଼ା ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛନ୍ତି । ଲକ୍ଷ ସେନ ଜାପାନର କେଣ୍ଟା ନିଶିମୋଟୋଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚି ଛନ୍ତି । ଅକାନେ ୟାମାଗୁଚିଙ୍କ ସହ ସିନ୍ଧୁ ଗେମ୍ସ ଖେଳୁଥିବାବେଳେ ପରାସ୍ତ ହୋଇଛନ୍ତି ।
ଦୁଇଥର ଅଳମ୍ପିକ ପଦକ ଜିତିଥିବା ପିଭି ସିନ୍ଧୁ ମହିଳା ଏକକ ସେମିଫାଇନାଲରେ ଜାପାନର ୟାମାଗୁଚିଙ୍କ ଠାରୁ ୧୪-୨୧ ଓ ୧୪-୨୧ପରାସ୍ତ ହୋଇଛନ୍ତି । ଅନ୍ୟପଟେ ଜାପାନର ୧୧ତମ ର୍ୟାଙ୍କିଙ୍ଗରେ ଥିବା ଖେଳାଳୀଙ୍କୁ ଲକ୍ଷ ସେନ ୨୧-୧୭ ୨୧-୧୪ରେ ପରାସ୍ତ କରି ଦ୍ୱିତୀୟ ସୁପର ୫୦୦ ଫାଇନାଲରେ ପ୍ରବେଶ କରିଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ଏହା ତାଙ୍କର ପ୍ରଥମ BWF ଫାଇନାଲ ହେବ ।

Related posts

ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ୍: ସାତ୍ତ୍ୱିକ୍-ଚିରାଗଙ୍କୁ ଡବଲ୍ଡ ଟାଇଟଲ

Odisha Sports Bureau

ଏସିୟା ଟ୍ରାଏଲରୁ ବାଦ ପଡିଲେ ସାଇନା

ସାଇନା, ସିନ୍ଧୁ ଓ କିଡାମ୍ବି ଫ୍ରେଚ ଓପନରେ କ୍ୱାର୍ଟର ଫାଇନାଲରେ

Odisha Sports Bureau