Badminton

ଚତୁଃରାଷ୍ଟ୍ରୀୟ ପାରା ବ୍ୟାଡ୍‌ମିଣ୍ଟନରେ ଓଡ଼ିଆଙ୍କୁ ୪ ପଦକ

ଭୁବନେଶ୍ୱର : ଇଂଲଣ୍ଡରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ୩ଟି ବର୍ଗର ଫାଇନାଲ୍‌ରେ ପ୍ରବେଶ କରିଥିବା ଓଡ଼ିଆ ପୁଅ ତଥା ଖେଳରତ୍ନ ପୁରସ୍କାରପ୍ରାପ୍ତ ପ୍ର‌ମୋଦ ଭଗତ ଗୋଟିକରେ ବିଜେତା ଏବଂ ଅନ୍ୟ ଦୁଇଟିରେ ଉପବିଜେତା ହୋଇଛନ୍ତି। ପୁରୁଷ ଯୁଗଳରେ ସୁକାନ୍ତ କଦମଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ଫାଇନାଲ୍‌ରେ ଓଡ଼ିଶାର ଅନ୍ୟ ଜଣେ ଖେଳାଳି ଦୀପ ରଂଜନ ବିଶୋଇ ଏବଂ ତାଙ୍କ ସାଥୀ ମନୋଜ ସରକରାରଙ୍କୁ ୨୧-୧୭, ୨୧-୧୭ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ କରାୟତ୍ତ କରିଥି‌ଲେ। ଦୀପ ଓ ମନୋଜ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ।

ପୁରୁଷ ଏକକ ଫାଇନାଲ୍‌ରେ ପ୍ରମୋଦ ୮-୨୧, ୧୦-୨୧ରେ ଇଂଲଣ୍ଡର ଡାନିଲ ବେଥେଲଙ୍କଠୁ ହାରିଯାଇଥିଲେ। ‌ସେହିଭଳି ମିଶ୍ରିତ ଯୁଗଳ ଫାଇନାଲ୍‌ରେ ପ୍ରମୋଦ ଓ ତାଙ୍କ ସାଥୀ ମନୀଷା ରାମଦାସ ୧୭-୨୧, ୧୭-୨୧ରେ ଇଣ୍ଡୋନେସିଆ ଯୋଡ଼ି ହିକମତ ରାମଦାନି ଓ ଲିଆନି ରାତ୍ରି ଓକତିଲାଙ୍କଠୁ ପରାସ୍ତ ହୋଇଥିଲେ। ଏହି ପ୍ରତିଯୋଗିତାରେ ପ୍ରମୋଦ ଓ ଦୀପ ସହ ଓଡ଼ିଶାରୁ ଦିଲେଶ୍ବର ରାଓ ଓ ଶୁଭ୍ରଜିତ ମହାରଣା ଅଂଶଗ୍ରହଣ କରିଥିଲେ। ଦିଲେଶ୍ବର ଓ ଶୁଭ୍ରଜିତ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲେ।

Related posts

ନ୍ୟୁଜିଲ୍ୟାଣ୍ଡ୍ ଓପନ ପ୍ରଥମ ରାଉଣ୍ଡରୁ ସାଇନା ବିଦାୟ

ଡେନମାର୍କ ଓପନର ଦ୍ୱିତୀୟ ରାଉଣ୍ଡରେ ପି.ଭି ସିନ୍ଧୁ

Odisha Sports Bureau

ୱାଲର୍ଡ ଟୁରର ପ୍ରଥମ ପର୍ଯ୍ୟାୟରେ ପାରସ୍ତ ହେଲେ ସିନ୍ଧୁ

Odisha Sports Bureau