Gymnastic

ଶ୍ରୀମନ୍ଦିର ସେବାୟତଙ୍କ ଜିମ୍ନାଷ୍ଟ ପୁଅ ତପନ ଯୋଗ୍ୟତା ଅର୍ଜନର ନିକଟତର

ଭୁବନେଶ୍ବର :  ଏସୀୟ କ୍ରୀଡ଼ାରେ ଭାଗନେବାର ଆଶା ନେଇ କଳିଙ୍ଗ ଷ୍ଟାଡିୟମସ୍ଥିତ ଜିମ୍ନାଷ୍ଟିକ୍ସ ହଲ୍ଠାରେ ଆରମ୍ଭ ହୋଇଥିବା ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ ଭାରତୀୟ ଦଳ ଟ୍ରାଏଲ୍ସରୁ ଉଭା ହୋଇଛନ୍ତି ଓଡ଼ିଆ ପୁଅ ପୁରୀର ତପନ ମହାନ୍ତି। କନିଷ୍ଠ ବର୍ଗରେ ଜାତୀୟସ୍ତରରେ ଏକାଧିକ ପଦକ ଜିତିଥିବା ତପନ ଏହି ଟ୍ରାଏଲ୍ସର ପ୍ରଥମ ଦିନ ସୁଦ୍ଧା ତୃତୀୟ ସ୍ଥାନରେ ରହି ଯୋଗ୍ୟତା ଅର୍ଜନର ନିକଟତର ହୋଇଛନ୍ତି। ତାଙ୍କଠୁ ବହୁ ଅଭିଜ୍ଞ ଖେଳାଳି ଏହି ଟ୍ରାଏଲ୍ସରେ ଥିଲେ ମଧ୍ୟ ଶ୍ରୀମନ୍ଦିର ସେବାୟତ ପରିବାରର ପୁଅ ତପନ ନିଜର ଚମତ୍କାରିତା ଦେଖାଇ ଏହି ସ୍ଥାନ ଅଧିକାର କରିଛନ୍ତି।

ବାପା ଲୋକନାଥ ମହାନ୍ତି ଥିଲେ ଜଣେ କୁସ୍ତିବିତ୍। ବାପାଙ୍କ ଖେଳ ଦେଖି ତପନ ଖେଳାଳି ହେବାର ମନବଳାଇଥିଲେ। ତପନଙ୍କ ଆଗ୍ରହକୁ ଏଡ଼ାଇ ପାରିନଥିଲେ ଲୋକନାଥ। ଏଥିସହ ଲୋକନାଥଙ୍କ ଗୁରୁ ପାଣ୍ଡିଆ ଲେଙ୍କାଙ୍କ ପରାମର୍ଶ ହିଁ ତପନଙ୍କୁ ଆଜି ଜଣେ ଅନ୍ତର୍ଜାତୀୟ ଜିମ୍ନାଷ୍ଟ ହେବାର ଦ୍ବାରରେ ପହଞ୍ଚାଇଛି। ଖ୍ୟାତି ସମ୍ପନ୍ନ ଅଶୋକ ମିଶ୍ରଙ୍କ ପ୍ରଶିକ୍ଷଣରେ ଜିମ୍ନାଷ୍ଟିକ୍ସର ମୂଳଦୁଆ ପକାଇଥିଲେ ତପନ । ବର୍ତ୍ତମାନ ତପନ ଭୁବନେଶ୍ବରସ୍ଥିତ ଏଏମ/ଏନଏସ ଓଡ଼ିଶା ଏଚପିସିରେ ପ୍ରଶିକ୍ଷଣ ନେଉଛନ୍ତି।

Related posts

କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ମିତଲ ଓ ନିପ୍ପନ ଷ୍ଟିଲ ପ୍ଲାଣ୍ଟର ସିଇଓ

ତିନିଜଣ ଜିମ୍ନାଷ୍ଟ ହଙ୍ଗେରିର ସୋଜୋମାଥେଲି ଠାରେ ଆୟୋଜିତ ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଡି ଜିମ୍ନାଷ୍ଟିକ୍ବିଶ୍ୱ ଚ୍ୟାଲେଞ୍ଜ କପରେ ପ୍ରତିଦ୍ୱନ୍ଦ୍ୱିତା କରିବେ

Odisha Sports Bureau

କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡୀମନ୍ତ୍ରୀ

Leave a Comment