Cricket

ହୋଟେଲ ନ ମିଳିଲେ ହସ୍ପିଟାଲରେ ରହିବୁ

ଅହମଦାବାଦ : ଭାରତ ପାକିସ୍ଥାନ ବିଶ୍ବକପ ମ୍ୟାଚ ହେବାକୁ ଥିବାରୁ ମ୍ୟାଚ ପାଇଁ କ୍ରେଜ୍ ଦିନକୁ ଦିନ ବଢିଚାଲିଛି । ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପରେ ଉଭୟ ଦଳ ମୁହାଁମୁହିଁ ହେବେ । ମ୍ୟାଚ ପାଇଁ ଏବେଠାରୁ ଅହମ୍ମଦାବାଦର ହୋଟେଲଗୁଡ଼ିକ ପ୍ରାୟ ବୁକିଂ ହୋଇସାରିଛି । ଏବେ ହୋଟେଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଦର ବୃଦ୍ଧି ହୋଇଥିବାରୁ ହୋଟେଲ ରୁମ ଆଉ ମିଳୁନାହିଁ । ସେଥିପାଇଁ ଫ୍ୟାନମାନେ ଏକ ନୂଆ ଆଇଡିଆ ବାହାର କରିଛନ୍ତି । ସେମାନେ ଅହମ୍ମଦାବାଦର ହସପିଟାଲରେ ଶଯ୍ୟା ବୁକ୍ କରୁଛନ୍ତି । ଏହା ଫଳରେ ସେମାନେ ମହଙ୍ଗା ହୋଟେଲ ବଦଳରେ ଶସ୍ତାରେ ସୁବିଧାରେ ରହିପାରିବେ ।

ଅହମ୍ମଦାବାଦ ଗଣମାଧ୍ୟମ ଦ୍ୱାର ପ୍ରକାଶିତ , ଅହମ୍ମଦାବାଦରେ ହୋଟେଲର ଗୋଟିଏ ଦିନର ଭଡ଼ା ପାଖାପାଖି ୫୦ ହଜାରରେ ପହଞ୍ଚିଛି। ସେହିପରି ହସ୍ପିଟାଲରେ ଗୋଟିଏ ରାତି ରହିବା ପାଇଁ ସେମାନଙ୍କୁ ମାତ୍ର ୩ ହଜାରରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ଯାହା କି ହୋଟେଲ ଭଡ଼ା ଠାରୁ ପ୍ରାୟ ୨୫ ହଜାର ଟଙ୍କା କମ୍। ଏକ ଘରୋଇ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ପାସର ଶାହା କହିଛନ୍ତି ଯେ ଡାକ୍ତରଖାନାରେ ସେମାନେ ପୂର୍ଣ୍ଣ ଶରୀର ପରୀକ୍ଷା ଏବଂ ରାତିରେ ରହିବାକୁ କହୁଛନ୍ତି, ଯାହାଦ୍ୱାରା ସେମାନଙ୍କର ଉଭୟ କାମ ହୋଇପାରିବ । ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ୟ୍ୟନ୍ତ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ।

Related posts

ଆଇପିଏଲରେ ଇତିହାସ ରଚିଛନ୍ତି ଦ୍ରୁତ ବୋଲର ଭୁବନେଶ୍ୱର କୁମାର

୧୬ ବଲରେ ୭୪ ରନ୍ କଲେ ମହମ୍ମଦ ଶାହଜାନ

Odisha Sports Bureau

କୋହଲି ଓ ଗୌତମ ମଧ୍ୟରେ ମାରପିଟ