Cricket

ଭାଇରାଲ ହେଉଛି ଅର୍ଜୁନ ତେନ୍ଦୁଲକରଙ୍କ ଫଟୋ

ମୁମ୍ବାଇ:ଭାଇରାଲ ହେଉଛି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କର ଏକ ଫଟୋ । ସେ ଜଣେ ଯୁବତୀଙ୍କ ସହ ଥିବା ଜଣା ପଡିଛି ।ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ରହିଛି। ଏଠାରେ ଟିମ୍ ଟେଷ୍ଟ୍, ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବ । ତେବେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଆଉ ଜଣେ ଖେଳାଳି ମଧ୍ୟ ଇଂଲଣ୍ଡ ପହଁଚିଛନ୍ତି । ସେ ଆଉ କିଏ ନୁହନ୍ତି ବରଂ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ।କିଛି ଦିନ ପୂର୍ବରୁ ଇଂଲଣ୍ଡରେ ପହଁଚିଥିଲେ ଅର୍ଜୁନ । ଏହାମଧ୍ୟରେ ତାଙ୍କର ଏକ ଫଟୋ ଭାଇରଲ୍ ହେବାରେ ଲାଗିଛି । ଯାହା ଚର୍ଚ୍ଚାରେ ରହିଛି । କାରଣ ଅର୍ଜୁନ ଇଂଲଣ୍ଡ ମହିଳା ଟିମ୍ କ୍ରିକେଟର୍ ଡାନିଏଲ୍ ଓ୍ୱାଟଙ୍କ ସହ ନଜର ଆସିଛନ୍ତି । ଓ୍ୱାଟ୍ ନିଜ ଇନଷ୍ଟାଗ୍ରାମ୍ ପେଜରେ ଅର୍ଜୁନଙ୍କ ଫଟୋ ସେୟାର କରିଛନ୍ତି । ଇଂଲଣ୍ଡର ସୋହେ ରେଷ୍ଟୁରାଣ୍ଟରେ ଉଭୟ ଅର୍ଜୁନ ଏବଂ ଓ୍ୱାଟ୍ ଲଞ୍ଚ୍ କରିଥିବା ନଜର ଆସିଛି । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି । ଅର୍ଜୁନ ଓ ଓ୍ୱାଟ୍ ଭଲ ବନ୍ଧୁ । ଅର୍ଜୁନ ଯେତେବେଳେ ଇଂଲଣ୍ଡ ଗସ୍ତ କରନ୍ତି ଓ୍ୱାଟଙ୍କୁ ଭେଟିଥାନ୍ତି । ପୂର୍ବରୁ ମଧ୍ୟ ଉଭୟଙ୍କ ଫଟୋ ଅନେକ ଥର ଭାଇରଲ ହୋଇଛି ।

Related posts

ଜ୍ୟାକବ ମାର୍ଟିନଙ୍କୁ ଚେକ୍ ଦେଇ ସାହାର୍ଯ୍ୟର ହାତ ବଢାଇଲେ କୃନାଲ ପାଣ୍ଡ୍ୟା

Odisha Sports Bureau

ଟିମ୍ ଇଣ୍ଡିଆର ବିଜୟ ପରେ ଉଠିଲା ବଡ଼ ପ୍ରଶ୍ନ, ଏମିତି ହେଲେ T20 ବିଶ୍ୱକପ୍ ଜିତିପାରିବେ ନାହିଁ

Odisha Sports Bureau

ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲ୍ଟେଜ୍ ଟି-୨୦ ମୁକାବିଲା ଦେଖିବେ କ୍ରିକେଟ ପ୍ରେମୀ

Odisha Sports Bureau