Badminton

ରାଜ୍ୟ ସ୍ତରୀୟ Under 19 ବ୍ୟାଟମିଣ୍ଟନ  ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ପୌରପରିସଦ ସମ୍ମିଳନୀ କକ୍ଷରେ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ Under 19 ବ୍ୟାଟ ବିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକକୁ ପୌରପରିସଦ ଅଧକ୍ଷ ସୁବାସ ଚନ୍ଦ୍ର ପଲେଇ ସଭାପତିତ୍ୱ କରିଥିବା ବେଳେ ଉପଜିଲ୍ଲାପାଳ ପ୍ରସନ୍ନ ପାତ୍ର ,ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା,କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଗ୍ରୀଟ୍ ଅଧକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଉପାଦକ୍ଷା ସୁଚିତ୍ରା ପଣ୍ଡା ମଞ୍ଚାସିନ ଥିଲେ।ଏହି ଟୁର୍ଣ୍ଣାମେଣ୍ଟ 28 ଜୁଲାଇରୁ ଆରମ୍ଭ ହୋଇ 30ଜୁଲାଇରେ ସମାପନ ହେବ।130 ଜଣ ଖେଳାଳି ଉଭୟ ବାଳକ ଓ ବାଳିକା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

ଆୟୋଜନରେ ଯେପରି କୌଣସି ତ୍ରୁଟି ନ ରୁହେ ଓ ଖେଳାଳି ମାନେ ଆସିବା ଠାରୁ ଯିବା ପର୍ଯ୍ୟନ୍ତ ଯେପରି କୌଣସି ଅସୁବିଧା ନରୁହେ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କମିଟି ଚୟନ କରାଯାଇଥିଲା। ଇଣ୍ଡୋର ଷ୍ଟାଡିୟମର ମାଇନର ରିପେଇର୍,ୱାଟର  ସପ୍ଲାଇ, ସାନିଟାଇଜେସନ, ଇଲେକ୍ଟ୍ରିସିଟି,ହେଲତ ସର୍ଭିସ, ଫାଇର, ସିକ୍ୟୁରୀଟି ବ୍ୟବସ୍ଥାକୁ ଗୁରୁତ୍ୱାରୋପ କରି  ସମସ୍ତ ବିଭାଗୀୟ ଅଧିକାରୀ ଯେପରି ନିଜ ନିଜ ଦାଇତ୍ୱକୁ ଠିକ ଭାବେ ନିର୍ବାହ କରିବେ ବୋଲି ଆଲୋଚନା ହୋଇଥିଲା ।ଜିଲ୍ଲା ତଥା ଜିଲ୍ଲା ବାହାରୁ  ଆସୁଥିବା ଖେଳାଳି ଓ ଅଭିଭାବକ ମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୌରପରିସଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା।ସମସ୍ତ କାଉନସିଲର, ବୁଦ୍ଧିଜୀବୀ, ସାମ୍ବାଦିକ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ଥିଲେ।

Related posts

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

Odisha Sports Bureau

ଚୀନୀ ତାଇପେ ଓପନର ମୁଖ୍ୟ ରାଉଣ୍ଡରେ ପହଞ୍ଚିଲେ ରିୟା

Odisha Sports Bureau

ଅଷ୍ଟ୍ରେଲିଆ ଓପନ ବ୍ୟାଡମିଣ୍ଟନ ଟାଇଟଲ ଜିତିଛନ୍ତି ଲକ୍ଷ୍ୟ ସେନ୍

Odisha Sports Bureau