Cricket

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ ସକିଲ

କଲମ୍ବୋ:  ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ କଲମ୍ବୋରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଛନ୍ତି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାଉଦ୍ ସକିଲ । ସକିଲ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ୭ ଟି ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିବାରେ ବିଶ୍ୱର ପ୍ରଥମ କ୍ରିକେଟର ହୋଇଛନ୍ତି । ଏପର୍ୟ୍ୟନ୍ତ କୌଣସି ଦେଶର ବ୍ୟାଟ୍ସମ୍ୟାନ୍ ଏହା କରିପାରିନାହାନ୍ତି । ୨୭ ବର୍ଷୀୟ ସକିଲ ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ୭ଟି ଟେଷ୍ଟ ମ୍ୟାଚରେ ୫୦ କିମ୍ବା ତା’ଠାରୁ ଅଧିକ ସ୍କୋର କରିଛନ୍ତି। ଏହା ସହ ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି ।

ସାଉଦ୍ ନିଜ କ୍ୟାରିୟରର ପ୍ରଥମ ଟେଷ୍ଟରେ ୭୬ ରନ କରିଥିବାବେଳେ ୨ୟ ଟେଷ୍ଟରେ ୬୩ ଓ ୯୪ ରନ କରିଥିଲେ । ୩ୟ ଟେଷ୍ଟରେ ୫୩ ଓ ୪ର୍ଥ ଟେଷ୍ଟରେ ୫୫ ରନ କରିଥିଲେ । ସେହିପରି ୫ମ ଟେଷ୍ଟରେ ୧୨୫ ରନ ଓ ୬ଷ୍ଠ ଟେଷ୍ଟରେ ଅପରାଜିତ ୨୦୮ ଓ ୭ମ ଟେଷ୍ଟରେ ଅପରାଜିତ ୫୩ରନ କରିଥିଲେ ।

ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଶ୍ରୀଲଙ୍କା ଦଳ ମାତ୍ର ୧୬୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହାପରେ ଖବର ଲେଖାଯିବା ପର୍ୟ୍ୟନ୍ତ ପାକିସ୍ତାନ ତା’ର ପ୍ରଥମ ଇନିଂସରେ ୪ ୱିକେଟ୍ ହରାଇ ୩୪୪ ରନ୍ କରିଛି। ପାକିସ୍ତାନ ୧୭୮ ରନ୍ କରି ଏବେ ଅଗ୍ରଣୀ ରହିଛି। ଓପନର ଅବଦୁଲ୍ଲା ଶଫିକ୍ ୧୬୫ ଓ ସରଫରାଜ ଅହମ୍ମଦ ୧୪ ରନ୍ କରି ଖେଳୁଛନ୍ତି।

Related posts

କୋହଲିଙ୍କ ପ୍ରତି ଇନଷ୍ଟାଗ୍ରାମ ପୋଷ୍ଟେକୁ ୧୧.୪୫ କୋଟି ଟଙ୍କା

Odisha Sports Bureau

ଜିମ୍ବାୱେ ଗସ୍ତ କରିଥିବା ବେଳେ ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ

Odisha Sports Bureau

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଦିନିକିଆ

Odisha Sports Bureau