Cricket

ଫିଲ୍ମରେ ଧୋନିଙ୍କ ଅଭିନୟକୁ ନେଇ ମତ ରଖିଲେ ସାକ୍ଷୀ

ରିପୋଟର୍ସ ଟୁଡେ ବ୍ୟୁରୋ:  ମହେନ୍ଦ୍ର ସିଂ ଧୋନି ଅଭିନୟ ଦୁନିଆରେ ପାଦ ଥାପିବେ ବୋଲି ଅନେକ ଦିନରୁ ଖବର ଶୁଣିବାକୁ ମିଳୁଛି। ଏହି ଖବରକୁ ନେଇ ପତ୍ନୀ ସାକ୍ଷୀ ମଧ୍ୟ ନିଜର ମତାମତ ରଖିଛନ୍ତି। ନିକଟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପତ୍ନୀ ସାକ୍ଷୀ ଧୋନିଙ୍କ ଅଭିନୟ ବିଷୟରେ ଖୋଲାଖୋଲି ଆଲୋଚନା କରିଥିଲେ। ସେ କହିଥିଲେ, ‘ମୋ ସ୍ବାମୀ କ୍ୟାମେରା ସାମ୍ନାକୁ ଆସିବା ପାଇଁ ଆଦୌ ଭୟ କି ଲାଜ କରନ୍ତି ନାହିଁ। ସେଥିପାଇଁ ସେ ଯେକୌଣସି ସିନେମା ହେଲେ ବି ସହଜରେ ଡେବ୍ୟୁ କରି ପାରିବେ, ଏହା ମୁଁ ଦାବିର ସହ କହିବି’ ।

କିଛିଦିନ ହେବ ଧୋନି ଏଣ୍ଟରଟେନମେଣ୍ଟ ହାଉସର ଶୁଭାରମ୍ଭ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ସାକ୍ଷୀ ଓ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଡକସନ ହାଉସ ଧୋନି ଏଣ୍ଟରଟେନମେଣ୍ଟର ପ୍ରଥମ ସିନେମା ହେଉଛି ‘ଲେଟସ ଗେଟ୍ ମ୍ୟାରେଡ୍’ । ସିନେମାଟି ତାମିଲରେ ଥିବା ବେଳେ ତେଲୁଗୁରେ ବି ରିଲିଜ ହେବାର ଯୋଜନା ରହିଛି। ସିନେମାର ପ୍ରୋମୋସନ ପାଇଁ ସାକ୍ଷୀ ଚେନ୍ନାଇ ଯାଇଥିଲେ। ସେଠାରେ ଧୋନି କିଭଳି ସିନେମାରେ ମୁଖ୍ୟ ଭୂମିକାରେ ଆସିବେ ତାହାକୁ ନେଇ ସାକ୍ଷୀଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସାକ୍ଷୀ କହିଥିଲେ କିଛି ଭଲ ଭୂମିକା ଥିବା ସିନେମା ମିଳିଗଲେ ସେ ନିଶ୍ଚୟ କରିବେ। ଧୋନି ପ୍ରାୟତଃ ଆକସନରେ ଥାଆନ୍ତି। ତେଣୁ ତାଙ୍କୁ ନେଇ ଯଦି କୌଣସି ସିନେମା ପ୍ରସ୍ତୁତ ହୁଏ ତେବେ ସେଥିରେ ନିଶ୍ଚୟ ଆକସନ ରହିଥିବ। ଏହାକୁ ନେଇ ନିର୍ଦ୍ଦେଶକ ରମେଶ କହିଛନ୍ତି,‘ଧୋନି ହେଉଛନ୍ତି ଜଣେ ସୁପରହିରୋ’। ତାଙ୍କୁ ମୁଁ ସୁପରହିରୋ ଭୂମିକାରେ ଦେଖିବାକୁ ଚାହିଁବି।’

Related posts

ଅଲମ୍ପିକ୍ସରେ ସାମିଲ ହେବ କିକ୍ରେଟ

Odisha Sports Bureau

୪୦୦୦ ଟେଷ୍ଟ ରନ ଏବଂ ଅତି କମରେ ୩୦୦ ୱିକେଟ ହାସଲ କରି ଅଲରାଉଣ୍ଡରଙ୍କ ଏକ ଏଲିଟ୍ କ୍ଲବରେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

Odisha Sports Bureau

ମ୍ୟାଚ ପୂର୍ବରୁ ସାଉଥ ଆଫ୍ରିକାକୁ ଝଟକା

Odisha Sports Bureau