Tennis

ଟେନିସ୍ ବେଟିଂ ନିୟମ ଉଲଂଘନ କରି ଦଣ୍ଡିତ ହେଲେ ମାର୍କ

ଲଣ୍ଡନ:  ଦୁଇ ଥରର ଗ୍ରାଣ୍ଡସ୍ଲାମ୍ ଉପବିଜେତା ମାର୍କ ଫିଲିପୌସିସଙ୍କୁ ଆନ୍ତର୍ଜାତିକ ଟେନିସ୍ ଇଣ୍ଟିଗ୍ରିଟି ଏଜେନ୍ସି ୧୦ ହଜାର ଡଲାର ଜରିମାନାରେ ଦଣ୍ଡିତ କରିଥିବା ବେଳେ ଟେନିସର ବେଟିଂ ନିୟମ ଉଲଂଘନ କରିଥିବାରୁ ତାଙ୍କୁ ୪ ମାସ ପାଇଁ ନିଲମ୍ବନ ମଧ୍ୟ କରିଛି ।

ଆଇଟିଆଇଏ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ ପୂର୍ବତନ ଖେଳାଳି ତଥା ବର୍ତ୍ତମାନର ପ୍ରଶିକ୍ଷକ ମାର୍କ ଏକ ବେଟିଂ କମ୍ପାନି ସହ ବିଜ୍ଞାପନରେ ସ୍ବର ଦେବା ପାଇଁ ଅର୍ଥ ଗ୍ରହଣ କରିଥିଲେ। ଟେନିସରେ ସ୍ବୀକୃତିପ୍ରାପ୍ତ ଖେଳାଳି କିମ୍ବା ପ୍ରଶିକ୍ଷକମାନେ କୌଣସି ବେଟିଂ କମ୍ପାନିଙ୍କ ସହ ବାଣିଜ୍ୟିକ ସଂପର୍କ ରଖିପାରିବେ ନାହିଁ ବୋଲି ନିୟମ ରହିଛି। ମାର୍କଙ୍କ କ୍ଷେତ୍ରରେ ଏହା କୌଣସି ଦୁର୍ନୀତି ନୁହେଁ ତଥାପି ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ଖେଳ ସହିତ ଯୋଡ଼ି ହେଉଥିବା ପ୍ରତ୍ୟେକ ବ୍ୟକ୍ତି ଏହି ନିୟମ ପ୍ରତି ସଚେତନ ହେବା ପାଇଁ ଏଭଳି ଦଣ୍ଡବିଧାନ କରାଯାଇଥିବା ଆଇଟିଆଇଏ ସିଇଓ କରିନ୍ ମୁରହାଉସ୍ ସୂଚନା ଦେଇଛନ୍ତି। ୪୬ ବର୍ଷୀୟ ମାର୍କ ୧୯୯୮ ୟୁଏସ୍ ଓପନରେ ପାଟ୍ ରଫତାରଙ୍କ ଠାରୁ ଏବଂ ୨୦୦୩ ୱିମ୍ବଲଡନ୍ ଫାଇନାଲରେ ରୋଜର ଫେଡେରରଙ୍କ ଠାରୁ ପରାଜିତ ହୋଇ ଉପବିଜେତା ହୋଇଥିଲେ।

Related posts

ଫେନେଷ୍ଟା ଓପନ ଅଣ୍ଡର-୧୬ ଟେନିସର ଟାଇଟଲ୍ ଜିତିଲେ କରଣ, ରେଶମା

Odisha Sports Bureau

ଅଷ୍ଟ୍ରେଲିଆ ଓପନର ପ୍ରଥମ ପର୍ଯ୍ୟାୟରେ ପ୍ରଜନେସକୁ ମିଳିଲା ପରାଜୟ

Odisha Sports Bureau

ଦଶନ୍ଧିର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ଟେନିସ୍ ଗର୍ଲଙ୍କ ପ୍ରାଧାନ୍ୟ ବିସ୍ତାର