ବ୍ୟୁରୋ: ଦ୍ବିତୀୟ ଟି-୨୦ ମ୍ୟାଚରେ ଜିତିଲା ୱେଷ୍ଟଇଣ୍ଡିଜ ।ଭାରତକୁ ୨ ୱିକେଟରେ ପରାସ୍ତ କରି ମ୍ୟାଚରେ ବିଜୟ କରିଛି । ଭାରତ ୧୫୨ ରନ ଟାର୍ଗେଟ ଦେଇଥିବା ବେଳେ ୱେଷ୍ଟଇଣ୍ଡିଜ ୮ ୱିକେଟ୍ ହରାଇ ୧୫୫ କରି ମ୍ୟାଚ୍ ହାତେଇଥିଲା । ଏହି ମ୍ୟାଚ ଜିତିବା ସହିତ ୱେଷ୍ଟଇଣ୍ଡିଜ୍ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଆଗୁଆ ରହିଛି । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ନିକୋଲସ ପୂରନ ୬୭ ରନ୍ ଖେଳିଥିଲେ ।
ଭାରତ ପ୍ରଥମେ ଟସ ଜିତି ବ୍ୟାଟଂ ଚୟନ କରିଥିଲା ।୨୦ ଓଭରରେ ୧୫୨ ରନ କରିଥିଲା ଭାରତ । ପକ୍ଷରୁ ଅକିଲ ହୁସେନ୍, ଅଲଜାରି ଯୋସେଫ୍, ରୋମାରିଓ ସେଫର୍ଡ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଦୁଇ ଅଭିଜ୍ଞ ବ୍ୟାଟର୍ ନିକୋଲାସ୍ ପୂରନ ଓ ରୋଭମାନ ପାୱେଲ୍ ୫୭ ରନ୍ ଭାଗୀଦାରି ୱେଷ୍ଟଇଣ୍ଡିଜର ସ୍ଥିତକୁ ପୁଣି ଦୃଢ କରିଥିଲା ।
ପୂରନଙ୍କୁ ମୁକେଶ କୁମାର ଏବଂ ପାୱେଲଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ କରିଥିଲେ । ପୂରନ ୪୦ ବଲରୁ ୬୭ ରନ କରି ମ୍ୟାଚ ଓଲଟ ପାଲଟ କରିଦେଇଥିଲେ । ଭାରତ ପକ୍ଷରୁ ପାଣ୍ଡ୍ୟା ୪ ଓଭର ବୋଲିଂ କରି ୩ ଓ୍ଵିକେଟ ନେଇଥିଲେ । ତା’ ପରେ ଚହଲ ଗୋଟିଏ ଓଭରରେ ୩ଟି ଓ୍ଵିକେଟ ନେଇ ଭାରତକୁ ବିଜୟ ପାଇଁ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ସଫଳ ବୋଲିଂ ସତ୍ତ୍ୱେ ଅକିଲ ହୋସେନ-ଅଲଜାରି ହୋସେନ ୨.୫ ଓଭରରୁ ୨୬ ରନ ଯୋଡ଼ି ଦଳକୁ ବିଜୟୀ କରାଇଥିଲେ। ଆଉ ୮ଟି ବଲ ଥାଇ ୱେଷ୍ଟଇଣ୍ଡିଜ ମ୍ୟାଚ ଜିତି ନେଇଥିଲା ।
ତେବେ ମ୍ୟାଚ ହାରିବା ପରେ ହାର୍ଦ୍ଦିକ ବ୍ୟାଟରଙ୍କୁ ଦୋଷ ଦେଇଥିଲେ । ବ୍ୟାଟର ଭଲ ବ୍ୟାଟିଂ କରୁନଥିବାରୁ ଆମେ କମ ଟାର୍ଗେଟ ଦେଇଥିଲୁ । ତେଣୁ ସେମାନେ ଅଧିକ ଦାୟିତ୍ୱବାନ ହେବା କଥା ।