Cricket

ବିଶ୍ୱକପର ଦ୍ୱିତୀୟ ସେମିଫାଲନାଲ : ଟସ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ସେପଟେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ।

ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟର ଲିଗ୍‌ ପର୍ଯ୍ୟାୟରେ ୯ଟି ମୁକାବିଲା ଖେଳିଛି ।ଯେଉଁଥିରେ ୭ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୨ଟି ପରାସ୍ତର ସାମ୍ନା କରିଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ଥିଲା । ଆଉ ୨ୟ ଦଳ ଭାବେ ସେମିରେ ଏଣ୍ଟ୍ରି କରିଥିଲା ।

ଅଷ୍ଟ୍ରେଲିଆ ଲିଗ୍‌ ପର୍ଯ୍ୟାୟରେ ବି ୯ଟି ମୁକାବିଲା ଖେଳିଥିଲା । ଯେଉଁଥିରୁ ୭ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନରେ ରହିଛି । ଆଉ ତୃତୀୟ ଦଳ ଭାବେ ସେମିରେ ଏଣ୍ଟ୍ରି କରିଛି।

Related posts

ଚେପକ୍ ଷ୍ଟାଡିୟମରେ ଧୋନି ପ୍ରଶଂସକଙ୍କ ଗୁଞ୍ଜରଣ

Odisha Sports Bureau

କ୍ରିକେଟ ଇତିହାସର ଏହି ଦିନରେ ବଡ ଦଙ୍ଗା ଘଟିଥିଲା, ଦର୍ଶକମାନେ ଷ୍ଟାଡିୟମରେ ନିଆଁ ଲଗାଇ ଦେଇଥିଲେ

Odisha Sports Bureau

ଆଇଏସ୍‌ଏଲ ଲିଗ : ଓଡ଼ିଶା ଏଫସି ତାର ପ୍ରଥମ ମ୍ୟାଚରେ ପରାଜୟ

Odisha Sports Bureau