Cricket

ଭାରତୀୟ ବୋଲରଙ୍କ ଆକ୍ରମଣରେ ଧରାଶାୟୀ କଙ୍ଗାରୁ ବାହିନୀ

(ଓଡିଶା ସ୍ପୋର୍ଟ):ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ବୋଲରମାନଙ୍କୁ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ମାନେ ସମ୍ମୁଖୀନ ହୋଇ ପାରୁ ନାହାନ୍ତି । ଭାରତ ବିପକ୍ଷରେ ପ୍ରଥମ ଇନିଂସରେ ବ୍ୟାଟିଂ ଜାରି ରଖିଥିବା ଅଷ୍ଟ୍ରେଲିଆ ୬୭ ଓଭରରେ ସମସ୍ତ ୱିକେଟ ହରାଇ ୧୫୧ ରନ କରିଛି । ଫଳରେ ଭାରତ ୨୯୨ ରନ୍ର ଅଗ୍ରଣୀ ଲାଭ କରିଛି।

ଟିମ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରା ୬ଟି ୱିକେଟ ନେଇଥିବା ବେଳେ ସ୍ପିନର ରବୀନ୍ଦ୍ର ଜାଦେଜା ୨ ୱିକେଟ ନେଇଛନ୍ତି । ସେହିଭଳି ଈଶାନ୍ତ ର୍ଶମା ଓ ମହମ୍ମଦ ସାମି ୧-୧ ୱିକେଟ ନେଇଛନ୍ତି ।

ଭାରତ ଗତକାଲି ୭ ୱିକେଟ୍ ହରାଇ ୪୪୩ ରନ୍ କରିବା ପରେ ଇନିଂସ୍ ଘୋଷଣା କରିଥିଲା। ଏହା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ତେବେ ଗତକାଲି ଷ୍ଟମ୍ପ୍ ଅପସାରଣ ବେଳକୁ ଘରୋଇ ଦଳ କୌଣସି ୱିକେଟ୍ ନ ହରାଇ ମାତ୍ର ୮ ରନ୍ କରିଥିଲା। ଆଜି ଦଳ ପୁଣି ପାଳି ଆରମ୍ଭ କରିଥିଲା। ତେବେ ଦଳକୁ ୧୦.୩ ଓଭରରେ ପ୍ରଥମ ଝଟକା ଲାଗିଥିଲା। ଦଳୀୟ ସ୍କୋର ୨୪ରେ ପହଞ୍ଚିଥିବା ବେଳେ ଆରୋନ୍ ଫିଞ୍ଚ୍ ଆଉଟ୍ ହୋଇଥିଲେ।

Related posts

ଟେଷ୍ଟ ସିରିଜ୍ ମଝିରେ ଏକ ବଡ଼ ନିଷ୍ପତ୍ତି, ଏହି ଖେଳାଳୀ ହଠାତ୍ ତାଙ୍କର ଅବସର ଘୋଷଣା କଲେ

ରଣଜୀ କ୍ରିକେଟରେ ଚମତ୍କାର ଖେଳ ପଦର୍ଶନ କରି ନା କମେଇଲେ ଖେଳାଳି ।

Odisha Sports Bureau

ଜୁନରେ ବାରବାଟୀ ଷ୍ଟାଡିଅମରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦

Odisha Sports Bureau