Cricket

ଅଗଷ୍ଟ ୨୫ରୁ ଆରମ୍ଭ ହେବ ଡଉ ୨୦୨୩ ଟିକେଟ ବିକ୍ରି

ମୁମ୍ବାଇ: ଦିନିକିଆ ବିଶ୍ୱକପକୁ ନେଇ ଫ୍ୟାନମାନେ ଖୁବ ଉତ୍ସାହିତ ଅଛନ୍ତି ।ବିଶ୍ୱକପ ଆଗରୁ ହୋଟେଲ ଓ ଫ୍ଲାଇଟର ମୁଲ୍ୟ ବଡିଯାଇଥିଲା ।ତେବେ ନିକଟରେ ଆଇସିସି ଓ ବିସିସିଆଇ ବୁଧୁବାର ଘେସଣା କରିଛନ୍ତି ଅଗଷ୍ଟ ୨୫ରୁ ଟିକେଟ ବିକ୍ରି ଆରମ୍ଭ ହେବ ।ଦର୍ଶକଙ୍କ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ଟିକେଟ୍ ପର୍ୟ୍ୟାୟକ୍ରମେ ବିକ୍ରି କରାଯିବ ବୋଲି ଆୟୋଜକ ପକ୍ଷରୁ କୁହାଯାଇଛି। ଭାରତ ବ୍ୟତୀତ ଅନ୍ୟ ଦଳର ଅଭ୍ୟାସ୍ ମ୍ୟାଚ୍ ଓ ଲିଗ୍ ପର୍ୟ୍ୟାୟ ମ୍ୟାଚର ଟିକେଟ୍ ଅଗଷ୍ଟ ୨୫ ତାରିଖରୁ ଉପଲବ୍ଧ ହେବ। ଗୁଆହାଟୀ ଓ ତିରୁଅନନ୍ତପୁରମରେ ଭାରତର ଅଭ୍ୟାସ ମ୍ୟାଚ୍ର ଟିକେଟ୍ ଅଗଷ୍ଟ ୩୦ରୁ ବିକ୍ରି ହେବ।

ଚେନ୍ନାଇ, ଦିଲ୍ଲୀ ଓ ପୁଣେରେ ଖେଳା ଯିବାକୁ ଥିବା ଭାରତର ମ୍ୟାଚ୍ର ଟିକେଟ୍ ଅଗଷ୍ଟ ୩୧ରୁ ମିଳିବ। ଧର୍ମଶାଳା, ଲକ୍ଷ୍ନୌ ଓ ମୁମ୍ବାଇରେ ଖେଳା ଯିବାକୁ ଥିବା ଭାରତର ମ୍ୟାଚ୍ର ଟିକେଟ୍ ସେପ୍ଟେମ୍ବର ୧ରୁ ବିକ୍ରି କରାଯିବ। ସେହିପରି ବେଙ୍ଗାଲୁରୁ ଓ କୋଲକାତାରେ ହେବାକୁ ଥିବା ମ୍ୟାଚ୍ର ଟିକେଟ୍ ବିକ୍ରି ସେପ୍ଟେମ୍ବର ୨ରୁ ଆରମ୍ଭ ହେବ। ଅହମ୍ମଦାବାରେ ଭାରତ ଖେଳିବାକୁ ଥିବା ମ୍ୟାଚର ଟିକେଟ୍ ସେପ୍ଟେମ୍ବର ୩ରୁ ମିଳିବ। ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚର ଟିକେଟ୍ ସେପ୍ଟେମ୍ବର ୧୫ ତାରିଖରେ ବିକ୍ରି ଆରମ୍ଭ ହେବ। କ୍ରିକେଟ୍ ପ୍ରେମୀ ଟିକେଟ୍ ବିକ୍ରି ସମ୍ପର୍କିତ ସୂଚନା ଜାଣିବା ପାଇଁ କ୍ରିକେଟ୍ ବିଶ୍ଵ କପ୍ ଡଟ୍ କମରେ ପଞ୍ଜିକରଣ କରିପାରିବେ।

Related posts

ପ୍ରତ୍ୟେକ ମ୍ୟାଚ୍ ସହିତ, ଏକ ନୂତନ ସଫଳତା, ଇତିହାସ ରଚିଲେ ବିରାଟ

Odisha Sports Bureau

ରାଜସ୍ଥାନ ରୟାଲସ ପକ୍ଷରୁ ଖେଳି ନପାରନ୍ତି ରାହାଣେ

Odisha Sports Bureau

ଅଭିନନ୍ଦନଙ୍କୁ ଟିମ୍ ଇଣ୍ଡିଆର ସଲାମ୍

Odisha Sports Bureau