Cricket

ଭାରତ ପାକିସ୍ତାନ ମ୍ୟାଚ ପୁର୍ବରୁ ବଢିଲା ହେଟେଲ-ବିମାନ ଭଡା

ଆଉ କିଛି ଦିନ ପରେ ଭାରତରେ ଆରମ୍ଭ ହେବ ଦିନିକିଆ ବିଶ୍ୱକପ୍ ୨୦୨୩ । ଏଥିପାଇଁ ଆଇସିସି ପକ୍ଷରୁ କ୍ରୀଡାସୂଚୀ ମଧ୍ୟ ଘୋଷଣା ସରିଛି । ଅକ୍ଟୋବର ୫ରୁ ଆରମ୍ଭ ହେବେ ଏହି କ୍ରିକେଟ୍ ମହାକୁମ୍ଭ । ଫାଇନାଲ ମୁକାବିଲା ନଭେମ୍ବର ୧୯ରେ ଖେଳାଯିବ ।

ତେବେ ନୂଆ କ୍ରୀଡା ସୂଚୀ ଅନୁସାରେ, ଭାରତ-ପାକିସ୍ତାନ ସମେତ ୯ଟି ମୁକାବିଲାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଅକ୍ଟୋବର ୧୫ରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍କୁ ଅକ୍ଟୋବର ୧୪ରେ ଖେଳାଯିବକୁ ସ୍ଥିର ହୋଇଛି । ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ।

ତେବେ ଏହି ମ୍ୟାଚ୍କୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । କିନ୍ତୁ ଏସବୁ ଭିତରେ ଏକ ଖବର ସାମ୍ନାକୁ ଆସିଛି । ଯାହାକି ଆପଣଙ୍କୁ ଟିକିଏ ଆଶ୍ଚର୍ୟ୍ୟ କରିଦେବ । ଅହମ୍ମଦାବାଦରେ ହୋଟେଲ ରୁମ୍ ବୁକିଂ ରେକର୍ଡ ହୋଇଛି । ଏହାସହିତ ହୋଟେଲ୍ ରୁମ୍ ସବୁ ଚଢା ଦାମରେ ବୁକିଂ ହେଉଛି । ପାଞ୍ଚତାରକା ହୋଟେଲରେ ଗୋଟିଏ ରୁମର ଭଡ଼ା ୨୦ ହଜାରରୁ ୨.୫ ଲକ୍ଷ ପର୍ୟ୍ୟନ୍ତ ଯାଇଛି । ଏପିରିକି ଯିଦ କେହି ଯାତ୍ରୀ ଦୁଇ ଦିନ ଏହି ହୋଟେଲରେ ରହିବାକୁ ଚାହୁଁଛନ୍ତି । ତେବେ ୩ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡିବ ।

ଅନ୍ୟପଟେ ହୋଟେଲ ବ୍ୟତୀତ ବିମାନ ଯାତ୍ରା ଟିକେଟ୍ ଦାମ ମଧ୍ୟ ବଢିଛି ବୋଲି ଚର୍ଚ୍ଚା ହେଉଛି । ୧୩ ଏବଂ ୧୫ ଅକ୍ଟୋବରରେ ମୁମ୍ବାଇ ଏବଂ ଦିଲ୍ଲୀରୁ ଅହମ୍ମଦାବାଦ ଯିବାକୁ ଥିବା ବିମାନର ଦାମ୍ ବଢିଯାଇଛି । ପ୍ରତି ଟିକେଟ୍ର ଦାମ୍ ୧୦ ହଜାରରୁ ୨୫ ପର୍ୟ୍ୟନ୍ତ ରହିଛି । ପୂର୍ବରୁ ଏହି ଟିକେଟ୍ର ଦାମ ୫ ହଜାର ଟଙ୍କା ଥିଲା । ଆଗକୁ ମଧ୍ୟ ଆହୁରି ବଢିପାରେ ଟିକେଟର ଦାମ ।

Related posts

ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ସିରିଜର ପ୍ରଥମ, ତୃତୀୟ ମ୍ୟାଚର ସ୍ଥାନ ପରିବର୍ତ୍ତନ

Odisha Sports Bureau

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭ୍ୟାସ ସେଶନର ଏକ ମଜାଦାର ଭିଡିଓ

Odisha Sports Bureau

ମହିଳା କ୍ରିକେଟରଙ୍କୁ ଉପହାର, ଦରମା ଦୁଇଗୁଣା ବଢାଇଲା ବିସିସିଆଇ

Odisha Sports Bureau