Cricket

ଭାରତର ସବୁଠୁ ଲୋକ ପ୍ରିୟ ଖେଳାଳି : ପ୍ରଥମରେ କୋହଲି, ଦ୍ୱିତୀୟରେ ଧୋନି

ନିକଟରେ ଓରମ୍ୟାକ୍ସ ମିଡିଆ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । କିଏ ଭାରତରେ ସବୁଠୁ ଅଧିକ ଲୋକପ୍ରିୟ କ୍ରୀଡ଼ାବିତ ? ତେବେ ଏହି ତାଲିକାରେ ଲୋକପ୍ରିୟତାରେ କ୍ରିକେଟର ବିରାଟ କୋହଲି ପ୍ରଥମରେ ଅଛନ୍ତି । ବିରାଟ ତାଙ୍କ ଫିଟନେସ୍ ଏବଂ ଖେଳ ପାଇଁ କେବଳ ଭାରତ ନୁହେଁ ବିଶ୍ୱରେ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଯୁବ ପିଢ଼ିଙ୍କର ସେ ପ୍ରଥମ ପସନ୍ଦର କ୍ରୀଡ଼ାବିତ ହୋଇପାରିଛନ୍ତି ।

ଓରମ୍ୟାକ୍ସ ମିଡିଆ ଯେଉଁ ୧୦ ଜଣିଆ ଲୋକପ୍ରିୟ କ୍ରୀଡ଼ାବିତଙ୍କ ତାଲିକା କରିଛି, ଏହାର ପ୍ରଥମ ସ୍ଥାନରେ କୋହଲି, ଦ୍ୱିତୀୟରେ ମହେନ୍ଦ୍ର ସିଂ ଧୋନି, ତୃତୀୟରେ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ, ଚତୁର୍ଥରେ ଭାରତୀୟ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମା, ପଞ୍ଚମରେ ସଚିନ ତେନ୍ଦୁଲକର, ଷଷ୍ଠରେ ଫୁଟବଲର ଲିଓନେଲ ମେସି, ସପ୍ତମରେ ସୁନୀଲ ଛେତ୍ରୀ, ଅଷ୍ଟମରେ ଜାଭେଲିନରେ ଅଲିମ୍ପିକ୍ସ ଚାମ୍ପିଅନ ହୋଇଥିବା ନୀରଜ ଚୋପ୍ରା, ନବମରେ ସାନିଆ ମିର୍ଜା ଏବଂ ଦଶମରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି ।

Related posts

ଟେଷ୍ଟ ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା

Odisha Sports Bureau

ବଡ଼ ଘୋଷଣା! ବିଜୟ ହଜାରେ ଟ୍ରଫିରେ ପୁଣି ଥରେ ଆକ୍ସନକୁ ଫେରିବେ ବିରାଟ କୋହଲି, ଏହି ତାରିଖରେ ହେବ ମ୍ୟାଚ୍

Odisha Sports Bureau

୨ରୁ ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ଟେଷ୍ଟ ଶୃଙ୍ଖଳା

Odisha Sports Bureau