Cricket

ଭାରତୀୟ କ୍ରିକେଟ ଟିମର ଷ୍ଟାର୍ ବୋଲର୍ ବୁମରା ବାପା ହୋଇଛନ୍ତି

ମୁମ୍ବାଇ : ଭାରତୀୟ କ୍ରିକେଟ ଟିମର ଷ୍ଟାର୍ ବୋଲର୍ ବୁମରା ବାପା ହୋଇଛନ୍ତି । ମରାଙ୍କ ପତ୍ନୀ ସଞ୍ଜନା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏଥିସହ ବାପାମାଆ ହୋଇଛନ୍ତି ବୁମରା ଓ ସଞ୍ଜନା । ତେବେ ଗତକାଲି ଏସିଆ କପ୍ ଖେଳୁଥିବା ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଦେଇ ଘରକୁ ପଳାଇ ଆସିଥିଲେ ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା। ସେ ଅଚାନକ କଲମ୍ବୋରୁ ମୁମ୍ବାଇ ଆସିବା ପରେ କାହିଁକି ପଳାଇ ଆସିଲେ ବୋଲି ଜାଣିବା ପାଇଁ ଲୋକଙ୍କ ଭିତରେ ଉତ୍ସୁକତା ଦେଖିବାକୁ ମିଳିଥିଲା। ପରେ ବାପା ହେବା ନେଇ ବୁମରା ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ସେହି କାରଣରୁ ସେ ନି ପତ୍ନୀଙ୍କୁ ପାଖକୁ ଫେରିଛନ୍ତି।

ଫଟୋ ସେୟାର କରି ବୁମରା ଲେଖିଛନ୍ତି, ‘ଛୋଟ ପରିବାର ବଡ ହୋଇଯାଇଛି । ଆଜି ସକାଳେ ଅଙ୍ଗଦ ଜସପ୍ରୀତ ବୁମରା ଜନ୍ମ ନେଇଛି । ଆମ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ ।

ତେବେ ଆଜି ଏସିଆ କପ୍‌ରେ ଭାରତ ଓ ନେପାଳ ମୁହାଁମୁହିଁ | ସୁପର ୪ରେ ପ୍ରବେଶ କରିବା ପାଇଁ ଆଜି ଭାରତକୁ ମ୍ୟାଚ୍‌ ଜିତିବାକୁ ହେବ । ଏପରି ସ୍ଥଳେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରା ଏସିଆ କପ୍‌ ଛାଡି ମୁମ୍ବାଇ ଫେରିଆସିଥିଲେ । ୩ ଦିନ ପାଇଁ ବୁମରା ମୁମ୍ବାଇ ଫେରିଛନ୍ତି । ବୁମରାଙ୍କ ପତ୍ନୀ ସଞ୍ଜନା ଗର୍ଭବତୀ ରହିଥିଲେ । ତେଣୁ ଏସିଆ କପରୁ ନେପାଳ ବିପକ୍ଷ ମ୍ୟାଚ୍‌ ଛାଡି ବୁମରା ମୁମ୍ବାଇ ପତ୍ନୀଙ୍କ ପାଖକୁ ଫେରିଆସିଥିଲେ । ୩ ଦିନ ମୁମ୍ବାଇରେ ରହିବା ପରେ ପୁଣି ବୁମରା ଏସିଆ କପ୍‌ ସୁପର-୪ ମ୍ୟାଚ୍‌ରେ ଉପଲବ୍ଧ ରହିବେ ।

୨୦୨୧ ମାର୍ଚ୍ଚରେ ଟିଭି ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ ଯଶପ୍ରୀତ ବୁମରା । ବିବାହ ଉତ୍ସବରେ କେବଳ ଘନିଷ୍ଠ ଓ ସମ୍ପର୍କୀୟ ସାମିଲ୍ ହୋଇଥିଲେ । ଏଭଳିକି ବିବାହକୁ ସମ୍ପର୍କୀୟଙ୍କୁ ମୋବାଇଲ୍ ଫୋନ୍ ନେବାକୁ ଦିଆଯାଇ ନଥିଲା । ବିବାହର ୨ ବର୍ଷ ପରେ ସଞ୍ଜନା ଓ ବୁମରା ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

Related posts

ବିଶ୍ୱ କପ୍ ପାଇଁ ପାକିସ୍ତାନର୨୩ ଜଣିଆ ସମ୍ଭାବ୍ୟ ଦଳ

୧୨ ବର୍ଷ ପରେ ଗୋଟିଏ ଇନିଂସରେ ତିନି ଖେଳାଳି ରନ୍ ଆଉଟ୍

Odisha Sports Bureau

ପ୍ଲେଇଙ୍ଗ୍ ଇଲେଭେନକୁ ଫେରି ପାରନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡେ ଓ୍ଵାର୍ଣ୍ଣର

Odisha Sports Bureau