Cricket

ଅଧିନାୟକ ରୋହିତ ଶର୍ମା କ୍ରିକେଟର ଶୁଭମନ ଗିଲଙ୍କୁ ପାଗଳ ବୋଲି କହିଛନ୍ତି

ବ୍ୟୁରୋ:ଏସିଆ କପ ୨୦୨୩ର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ- ଶ୍ରୀଲଙ୍କା । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ବ୍ୟାଟିଂ କରିଥିଲା । କିନ୍ତୁ ଭାରତୀୟ ଖେଳାଳୀଙ୍କ ଆଗରେ ଫିକାପଡିଥିଲା ତାଙ୍କ ବ୍ୟାଟିଂ । ଶେଷରେ ଶ୍ରୀଲଙ୍କା ସମସ୍ତ ୟୁକେଟ ହରାଇ ୧୫ ଓଭରରେ ୫୦ ରନ ସଂଘହ କରିପାରିଥିଲା । ୫୦ ରନକୁ ଲକ୍ଷ କରି ଭାରତ ୬ ଓଭରରେ ୫୧ ରନ କରି ଏସିଆ କପ ୨୦୨୩ ରେ ଚମ୍ପିଆନ ହୋଇଛି । ତେବେ ମ୍ୟାଚ ଚାଲିଥିବା ସମୟରେ ଏକ ଭିଡିିଓ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଯେଉଁଥିଲେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା , କ୍ରିକେଟର ଶୁଭମନ ଗିଲଙ୍କୁ ପାଗଳ ବୋଲି କହିଛନ୍ତି । ସେହି ଭିଡିଓରେ ଦେଖିବାକୁ ମିଳିଛି ଯେ ଶଭମନ କିଛି କଥା କହିବା ପରେ ରୋହିତ ତାଙ୍କୁ କହିଛନ୍ତି ଏଭଳି ହୋଇପାରିବ ନାହିଁ । ତାପରେ ତୁମେ ପାଗଳ ବୋଲି କହିଛନ୍ତି ରୋହିତ ଶର୍ମା । ତେବେ ଏଠି ପଶ୍ନ ଉଠୁଛି ଗିଲ ଏମିତି କଣ କହିଲେ ଯେ ରୋହିତ ତାଙ୍କୁ ପାଗଳ ବୋଲି କହିଛନ୍ତି ।

Related posts

ଟ୍ରାଇ ସିରିଜରେ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନକୁ ୯ୱିକେଟରେ ପରାସ୍ତ କରିଛି

Odisha Sports Bureau

କପିଳଙ୍କ ‘ଅହଂକାର’ ଟିପ୍ପଣୀର ଜବାବ ରଖିଲେ ଜାଡେଜା

Odisha Sports Bureau

ପୂର୍ବିତନ ଅଧିକାରୀଙ୍କ ପରାମର୍ଶ ବିନା ଚାପରେ ଖେଳିଲେ ରେଜଲ୍ଟ ତୁମ ପକ୍ଷରେ ନିଶ୍ଚୟ

Odisha Sports Bureau