Uncategorized

ବୈପାରୀଗୁଡା ସରକାରୀ ଉଚ୍ଚବିଦ୍ୟାଳୟ ସ୍ଥିତ ମିନି ଷ୍ଟାଡିୟମ ଠାରେ ବ୍ଳକ୍ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଚୟନ ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି

ବୈପାରିଗୁଡା : ବୈପାରୀଗୁଡା ସରକାରୀ ଉଚ୍ଚବିଦ୍ୟାଳୟ ସ୍ଥିତ ମିନି ଷ୍ଟାଡିୟମ ଠାରେ ବ୍ଳକ୍ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଚୟନ ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧୀକାରୀ ସୁକାନ୍ତ କର୍ତ୍ତୀମୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦୀପ ପ୍ରଜ୍ଜୋଳନ କରିବା ସହ ବ୍ଳକ୍ ସ୍ତରୀୟ କ୍ରୀଡା ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଉଦଘାଟନ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଖେଳ ପ୍ରତିଯୋଗୀମାନେ କ୍ରୀଡ଼ାରେ ସକ୍ରୀୟ ଅଂଶଗ୍ରହଣ କରିବା ନିମନ୍ତେ ଶପଥ ପାଠ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କର୍ତ୍ତାମୀ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅଂଶ ଗ୍ରହଣ କରିବା ନିମନ୍ତେ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଚର୍ଚ୍ଚି ଯୋଗଦାନ କରିଥିଲେ। ଏହି ଖେଳକୁଦ କାର୍ୟ୍ୟକ୍ରମରେ ୬ଗୋଟି ଖେଳକୁ ପ୍ରାଧାନ୍ୟ ଦିଆଯାଇଥିଲା। ବୈପାରୀଗୁଡା ବ୍ଳକର ସମସ୍ତ ବିଦ୍ୟାଳୟରୁ ସର୍ବମୋଟ ୨୮୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ସ୍ଥାନୀୟ ଶାରୀରିକ ଶିକ୍ଷକ ସୁନୀଲ କୁମାର ଦାସ ପରିଚାଳନା କରିଥିବାବେଳେ ବୈପାରୀଗୁଡ଼ା ବ୍ଳକର ସମସ୍ତ ଶାରୀରିକ ଶିକ୍ଷକ ଅଂଶଗ୍ରହଣ କରି ଏହାକୁ ସଫଳ ରୂପାୟନ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ଜେ ଆର ସି ଛାତ୍ରୀମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିବାବେଳେ ଶିକ୍ଷୟତ୍ରୀ ସ୍ମିତାରାଣୀ ବାଗ୍ ସମସ୍ତଙ୍କୁ କାର୍ଯ୍ୟଶଙ୍ଖଳତା ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

କ୍ରୀଡାବିତ କିଶୋର ଜେନାଙ୍କ ଭିସା ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ନୀରୋଜ ଚୋପ୍ରା

Odisha Sports Bureau

ଅର୍ଦ୍ଧ ଶତକ ହାସଲ କରି ସ୍ଥିତି ସୁଦୃଢ଼ ରଖିଛନ୍ତି ଶାନ୍ତୋ ଓ ହସନ୍

Odisha Sports Bureau

ଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ  ସୁପରଜ୍ୟାଣ୍ଟସ

Odisha Sports Bureau