chess

ଗ୍ରାଣ୍ଡମାଷ୍ଟର ଚେସ ତାଲିମ ଶିବିର ଉଦଯାପିତ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରୋ-ଚେସ-ଟା ଠାରେ ଚଳିତ 3 ତାରିଖରୁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଗ୍ରାଣ୍ଡମାଷ୍ଟର ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି I ଏଥିରେ 2200 ରୁ ଅଧିକ ଇଲୋ ରେଟିଂ ଥିବା ଅନ୍ତର୍ଜାତୀୟ ମାଷ୍ଟର ପଦ୍ମିନୀ ରାଉତ, ସିଦ୍ଧାନ୍ତ ମହାପାତ୍ର, ସମ୍ବିତ ପଣ୍ଡା, ରାକେଶ କୁମାର ଜେନା ଏବଂ ଫିଡେ ମାଷ୍ଟର ମୋହିତୋଷ ଦେ ପ୍ରମୁଖ ଚେସ ଖେଳାଳି ଅଂଶ ଗ୍ରହଣ କରିଥିଲେ I ଭାରତର ପ୍ରମୁଖ ଜଣାଶୁଣା ଗ୍ରାଣ୍ଡମାଷ୍ଟର ସୁନ୍ଦରରାଜନ କିଦାମ୍ବି ଏହି ଶିବିରରେ ଯୋଗଦେଇ ଓଡ଼ିଆ ଖେଳାଳି ମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ନିମନ୍ତେ ତାଲିମ ପ୍ରଦାନ କରିଥିଲେ I

ଏଠାରେ ସୂଚନା ଯୋଗ୍ୟକି ଆଗାମୀ ଦିନରେ ବିଶ୍ୱର ସର୍ବଶ୍ରେଷ୍ଠ ଓପନ ଚେସ ପ୍ରତିଯୋଗିତା ” କାତାର ମାଷ୍ଟର ଓପନ ଚେସ ଟୁର୍ନାମେଣ୍ଟ “, “ବିଶ୍ୱ ରାପିଡ଼ ବ୍ଲିଚ”, “ଫ୍ରାନ୍ସ ଓପନ” ଏବଂ “ପର୍ତୁଗାଲ ଓପନ” ଆଦି ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ତାଲିମ ଶିବିର ଓଡ଼ିଆ ଖେଳାଳିଙ୍କୁ ସେଠାରେ ଭଲ ଖେଳ ପ୍ରଦର୍ଶନରେ ସହାୟକ ହେବ I

Related posts

ଗୋଆରେ ଚାଲିଥିବା FIDE ଚେସ୍ ବିଶ୍ୱକପ୍ ରୁ ବାଦ ପଡ଼ିଲେ ବିଶ୍ୱ ଚାମ୍ପିଅନ ଡି ଗୁକେଶ

Odisha Sports Bureau

ଚେସ୍ ବିଶ୍ୱକପ୍: ୧୯ ବର୍ଷୀୟା ଦିବ୍ୟା ଦେଶମୁଖ ହେଲେ ଚାମ୍ପିଅନ୍, ଟାଇଟଲ ଜିତିଥିବା ପ୍ରଥମ ଭାରତୀୟ ମହିଳା

ଚେସ୍ ବିଶ୍ୱକପରୁ ବାଦ ପଡିଲେ ଅର୍ଜୁନ୍

Odisha Sports Bureau