chess

ଜାତୀୟ ଚେସ୍ ବକ୍ସିଙ୍ଗ ସିନିୟର ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଗୌରବ ଆଣିଲେ ବିଷମକଟକ ଝିଅ ବି.ଭିନୀଲା

ବିଷମକଟକ/ ରବୀନ୍ଦ୍ର କୁମାର ସାହୁ: ପଶ୍ଚିମବଙ୍ଗରେ ଜିତି ନାଁ କଲେ ଓଡ଼ିଆ ଝିଅ ବି.ବୀନିଲା | ପଶ୍ଚିମବଙ୍ଗର ଡ଼ାର୍ଜିଲିଙ୍ଗ ସହର ଠାରେ ଆୟୋଜିତ ଏକାଦଶ ତମ ଜାତୀୟ ସିନିୟର୍ ଚେସ୍ ବକ୍ସିଙ୍ଗ ପ୍ରତିଯୋଗିତାର ୪୮ କିଲୋ ମହିଳା ବର୍ଗରେ ଅଂଶ ଗ୍ରହଣ କରି ସ୍ୱର୍ଣ୍ଣ ପଦକ ଜିତି ନିଜ ରାଜ୍ୟ, ଜିଲ୍ଲା ଓ ଗ୍ରାମ ପାଇଁ ଗୌରବ ଆଣିଛନ୍ତି ବିଷମକଟକର ଝିଅ ବି.ବୀନିଲା | ସେ ବିଷମକଟକ ବାସିନ୍ଦା ପିତା ବି.ବିଶେଶ୍ୱର ରାଓ ଓ ମା ବି .ରମାଦେବୀଙ୍କ ଝିଅ । ସେ ନିଜର ସ୍କୁଲ କ୍ୟାରିୟର ବିଷମକଟକ ନିୟୁ ଲାଇଫ ଇଂଲିଶ ମିଡ଼ିଅମ ସ୍କୁଲରେ ଅଧ୍ୟୟନ ପରେ ଯୁକ୍ତ ଦୁଇ ବିଶାଖାପାଟଣା ସଂସ୍କୃତି ଗ୍ଲୋବାଲ୍ ବିଦ୍ୟାଳୟରେ ଅଧ୍ୟୟନ କରି ସେଠାରୁ ଚେଶ୍ ବକ୍ସିଂ ପାଇଁ କୋଚିଙ୍ଗ ନେଇଥିଲେ । ସୂଚନା ଥାଉ କି, ସେ 2022 ମସିହାର ତୁର୍କୀ ଦେଶର ଆଣ୍ଟଲ୍ୟ। ସହରରେ ଆୟୋଜିତ ଚତୁର୍ଥ ୱାର୍ଲଡସ ଚେସ ବକ୍ସିଙ୍ଗ ଟୁର୍ଣ୍ଣମେଣ୍ଟରେ ଜୁନିୟର 45 କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଗୌରବ ଆଣିଥିଲେ । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Related posts

ପ୍ରାଗ ଅନ୍ତର୍ଜାତୀୟ ଚେସ୍ ୨୦୨୬ର ରାଉଣ୍ଡ ୩ରେ ହାରିଲେ ଡି ଗୁକେଶ

Odisha Sports Bureau

ଚେସ୍ ଖେଳରେ ଉତ୍ତମ ପ୍ରଦର୍ଶନ କରି ବିଶ୍ୱ ସ୍ତରରେ ଭାରତ ପାଇଁ ଗୌରବ ଆଣିଲେ ପ୍ରଜ୍ଞାନ ନନ୍ଦ

Odisha Sports Bureau

ଚେସ୍ ବିଶ୍ୱକପ୍: ୧୯ ବର୍ଷୀୟା ଦିବ୍ୟା ଦେଶମୁଖ ହେଲେ ଚାମ୍ପିଅନ୍, ଟାଇଟଲ ଜିତିଥିବା ପ୍ରଥମ ଭାରତୀୟ ମହିଳା