Cricket

ପୁମାର ବ୍ରାଣ୍ଡ ଆମ୍ବାସଡର ହେଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ

ନୂଆଦିଲ୍ଲୀ : ପୁମା ଇଣ୍ଡିଆର ବ୍ରଣ୍ଡ ଆମ୍ବାସଡର ହେଲେ ଭାରତୀୟ କ୍ରିକେଟ ଖେଳାଳି । ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ସାମି ଏକ ବର୍ଷ ପାଇଁ ପୁମାର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି । ଏହି ସମୟରେ ସେ ବ୍ରାଣ୍ଡର ବିଭିନ୍ନ ଉତ୍ପାଦର ପ୍ରଚାର କରିବେ । ପୂର୍ବରୁ ବିରାଟ କୋହଲି, ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଉସେନ ବୋଲ୍ଟ, ଫୁଟ୍‌ବଲ୍‌ ତାରକା ନେମାର ଜୁନିୟର ଏବଂ ସୁନୀଲ ଛେତ୍ରୀ, ଛଅ ଥର ବକ୍ସିଂ ଚାମ୍ପିୟନ ମେରି କମ୍‌ ଏବଂ ଭାରତୀୟ ମହିଳା କ୍ରିକେଟର ହରମନ୍‌ ପ୍ରୀତ ଏବଂ ହରଲିନ ଦେଓଲ ମଧ୍ୟ ଆମ୍ବାସଡର ରହିଆସିଛନ୍ତି।

ପୁମା ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ କାର୍ତ୍ତିକ ବାଲଗୋପାଲନ, କହିଛନ୍ତି ‘ ବ୍ରାଣ୍ଡ୍‌କୁ ସାମୀଙ୍କ ସାଥ୍‌ ଅନେକ ଖେଳାଳିଙ୍କୁ କେବଳ ଉତ୍ସାହିତ କରିବନି ବରଂ ଆମର ଦେଶରେ ଖେଳର ସଂସ୍କୃତିକୁ ବଢ଼ାଇବ।’’ ସେହିଭଳି ପୁମା ସହ ଯୋଡ଼ିହେବାକୁ ନେଇ ଖୁବ୍‌ ଖୁସିଥିବା କହିଛନ୍ତି ସାମି। ସାମି କହିଛନ୍ତି ‘‘ପୁମା ପରିବାର ସହ ଯୋଡ଼ି ହୋଇ ଖୁବ୍‌ ଖୁସି ଏହା ଏକ ଅଦ୍ଭୁତ ଅନୁଭବ।’

Related posts

ଉଜ୍ଜୈନରେ ମହାକାଳଙ୍କ ଆଶୀର୍ବାଦ ନେଲେ କୋହଲି ଓ କୁଳଦୀପ

Odisha Sports Bureau

ପଡିଆ ମଧ୍ୟରେ ଟଳିପଡିଲେ ପାକିସ୍ତାନ ବ୍ୟାଟ୍ସ ମ୍ୟାନ୍ ଇମାମ

Odisha Sports Bureau

ଆସିଲା ଟାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳସୂଚୀ : ଫେବୃଆରୀ ୨୩ରେ ଭାରତ – ପାକିସ୍ତାନ ମ୍ୟାଚ

Odisha Sports Bureau